235 Views
ନୂଆଦିଲ୍ଲୀ, ଡିସେମ୍ବର 27 : ଜାନୁଆରୀ 1 ତାରିଖରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ ବ୍ୟବସ୍ଥା । ସମସ୍ତ ଗାଡି ଫାସଟ୍ୟାଗ କରିବାକୁ ବାଧ୍ୟ, ନ ହେଲେ ମାଲିକଙ୍କ ନାଁରେ କଟାଯିବ ଇ -ଚାଲାଣ । ଫାସଟ୍ୟାଗ ନ ଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ କରିପାରିବନି ଗାଡି ।
ଗାଡି ଫାସଟ୍ୟାଗ ବ୍ୟବସ୍ଥା ନଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ ମନା କରାଯାଇଛି । ଫାସଟ୍ୟାଗ ନଥିଲେ ଗାଡି ମାଲିକଙ୍କ ଘରକୁ 2 ଗୁଣ ଫାଇନ ବା ଇ –ଚାଲାଣ ପଠାଯିବ । ଅନେକ ଗାଡି ଫାସଟ୍ୟାଗ କରି ନଥିବାରୁ ନଗଦ କାରବାର କରୁଛନ୍ତି । ତାହା ବନ୍ଦ ହେବ । ଜାନୁଆରୀ 1 ତାରିଖରୁ ଟୋଲପ୍ଲାଜା ଭିତରେ ପ୍ରବେଶ କରିବା ପାଇଁ ଫାସଟ୍ୟାଗ ବ୍ୟବସ୍ଥା ବାଧ୍ୟତାମୂଳକ ହେବ ।