Sat. Mar 7th, 2026
287 Views

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷରେ ଘର କିଣିବାର ଯୋଜନା କରିଛନ୍ତି ତେବେ ଜାନୁଆରି ୧୦ ତାରିଖ ଆପଣଙ୍କ ପାଇଁ ଖୁବ୍‌ ଫାଇଦାର ଦିନ ହେବ। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ଏପରି ନିଷ୍ପତ୍ତି ନେଇପାରନ୍ତି ଯାହା ଦ୍ୱାରା ଘର କିଣିଲେ ଆପଣଙ୍କର କମ୍‌ ଟଙ୍କା ଖର୍ଚ ହେବ। ନିଉଜ ଏଜେନ୍ସି ପିିଟିଆଇ ମୁତାବିକ, ସାମଗ୍ରୀ ଏବଂ ସେବା କର(ଜିଏସ୍‌ଟି) କାଉନ୍ସିଲ୍‌ର ବୈଠକ ୧୦ ଜାନୁଆରିରେ ହେବ ବୋଲି ସ୍ଥିର ହୋଇଛି। ଏହି ବୈଠକରେ ନିର୍ମାଣଧୀନ ଫ୍ଳାଟ ଏବଂ ଗୃହ ଉପରେ ଜିଏସଟି ଦରକୁ ୫ ପ୍ରତିଶତ କମାଇବାର ସମ୍ଭାବନା ରହିଛି।

ଜାଣାଇ ଦେଉଛୁ କି, ଏବେ ନିର୍ମାଣଧୀନ ଘର ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁ ହେଉଛି। ସାଧାସଳଖ କହିବାକୁ ଗଲେ ନିର୍ମାଣଧୀନ ଘରଗୁଡ଼ିକ ଜିଏସ୍‌ଟି କାରଣରୁ ହିଁ ଅଧିକ ଦର ରହିଥିଲା। ଏହି ନିଷ୍ପତ୍ତି ଲାଗୁ ହେବା ପରେ ଘର କିଣିବାର ଆଗ୍ରହ ରଖିଥିବା ଲୋକେ ଖୁବ୍‌ ଉପକୃତ ହେବେ।

ଏହା ବ୍ୟତୀତ ଘର ତିଆରି ପାଇଁ ଲାଗୁଥିବା ଅଧିକାଂଶ ଉତ୍ପାଦ, ପୁଞ୍ଜିଗତ ସମସ୍ୟା ଓ ସେବା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁଛି। ସିମେଣ୍ଟ୍‌ ଉପରେ ଜିଏସ୍‌ଟି ଲାଗୁଛି ୨୮ ପ୍ରତିଶତ। ଏହା ବି ସମ୍ଭବ ଯେ ୧୦ ଜାନୁଆରି ହେବାକୁ ଥିବା ବୈଠକରେ ସିମେଣ୍ଟ୍‌ ଉପରେ ଲାଗୁଥିବା କର ଉପରେ ବି ବିଚାର କରାଯାଇ ପାରେ।

ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ଏନେଇ ସଂକେତ ଦେଇ ସାରିଛନ୍ତିି। ଏହା ବ୍ୟତୀତ ଲଘୁ ଓ ମଧ୍ୟମ ଉଦ୍ୟେଗଙ୍କ ଉପରେ ମଧ୍ୟ କର ହ୍ରାସ କରାଯିବା ଦେନଇ ବିଚାର ବିମର୍ଶ କରାଯିବାର ସମ୍ଭାବନା ରହିଛି।

By amfnews

Related Post