Sun. Mar 8th, 2026

ଜାଣନ୍ତି ! ବରଗଛର କ୍ଷୀର କେତେ ଉପକାରୀ

263 Views

ବରଗଛ ଦେଖିବାକୁ ଯେପରି ବିଶାଳ,ଠିକ୍‌ ସେହିପରି ଏହାର ଫାଇଦା ମଧ୍ୟ ଅନେକ। ଅନେକ ରୋଗର ରାମ ବାଣ ହେଉଛି ବରଗଛ। ବରଗଛ ଶାରୀରିକ ଦୁର୍ବଳ ପୁରୁଷମାନଙ୍କ ପାଇଁ ମହୌଷଧୀ ସ୍ୱରୂପ। ଏହାର ପତ୍ର,ମଞ୍ଜି ଓ ଅର୍କରେ ରହିଛି ଅନେକ ଚମତ୍କାରୀ ଗୁଣ।ବରଗଛ ଡେଣ୍ଟାଲ୍‌,ମଧୁମେହ,ଡାଇରିଆ,ପଲିୟୁରିୟା ଓ ପରିସ୍ରା ସଂପର୍କୀତ ସମସ୍ୟା ଦୂର କରିଥାଏ।

ଯେଉଁମାନଙ୍କର ଦାନ୍ତରେ ପୋକ ଲାଗିଥାଏ , ସେମାନେ ବରଗଛ ଡାଳରୁ କ୍ଷୀର ବାହାରକରି ଦାନ୍ତରେ ଲଗାନ୍ତୁ। ଏହାଫଳରେ ଲାଭ ମିଳିବ। ବରଗଛର କ୍ଷୀରକୁ ଅଣ୍ଟାରେ ଲେପ ଦେଲେ ଅଣ୍ଟା ବିନ୍ଧାର ସମସ୍ୟା ଦୂର ହୋଇଥାଏ।ବରଗଛର କ୍ଷୀର ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୁରୁଷମାନଙ୍କର ସ୍ପର୍ମ କାଉଣ୍ଟ୍‌ ବୃଦ୍ଧି ପାଇଥାଏ। ଯେଉଁମାନଙ୍କ ଅର୍ଶରୋଗ ଜନିତ ସମସ୍ୟା ରହିଛି ସେମାନେ ବରଗଛର କ୍ଷୀର ଚିନିରେ ମିଶାଇ ଖାଇଲେ ସେଥିରୁ ମୁକ୍ତି ମିଳିଥାଏ।

ବରଗଛର ପତ୍ରର ପାଉଁଶରେ ଅଳସୀ ତେଲ ମିଶାଇ ମୁଣ୍ଡରେ ଳଗାଇଲେ କେଶ ମଜଭୁତ ହୋଇଥାଏ। ଯେଉଁମାନଙ୍କର ମୁଣ୍ଡରେ ରୁପି ସମସ୍ୟା ରହିଛି,ସେଥିରୁ ମଧ୍ୟ ମୁକ୍ତି ମିଳିଥାଏ।ମୁହଁରେ ବ୍ରଣ ହେଉଥିଲେ ବରଗଛ ପତ୍ରର ପେଷ୍ଟ୍‍ ମୁହଁରେ ଲଗାଇଲେ ଏହି ସମସ୍ୟା ରହିଥାଏ।

By amfnews

Related Post