Sat. Mar 7th, 2026
258 Views

ସୋର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଖନ୍ତାପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଏକ ଜୋତା ଦୋକାନ ଜଳି ପାଉଁଶ ହୋଇଯାଇଛି।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଆଉ କିଛି ନଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସଟ୍ ସର୍କିଟ୍ ଯୋଗୁ ଦୋକାନରେ ନିଆଁ ଲାଗି ଯାଇଥିବା କୁହାଯାଉଛି। ନିଆଁରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜୋତା ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଇଛି।

By amfnews

Related Post