Sun. Mar 8th, 2026

ଜମ୍ମୁ କଶ୍ମୀରରୁ ୮ ଆତଙ୍କବାଦୀ ଗିରଫ୍

222 Views

ଶ୍ରୀନଗର  : ଜମ୍ମୁ କଶ୍ମୀରର ଦକ୍ଷିଣ କଶ୍ମୀରରେ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେବା ଅଭିଯୋଗରେ ୮ ଲସ୍କର-ଇ-ତୋଇବାର ଆତଙ୍କବାଦୀ ଗିରଫ ହୋଇଛନ୍ତି। ସୋମବାର ଦକ୍ଷିଣ କଶ୍ମୀରର ସୋପୋରରେ ଏହି ଆତଙ୍କବାଦୀ ଗିରଫ ହୋଇଛନ୍ତି। ଶନିବାର ଦକ୍ଷିଣ କଶ୍ମୀରରେ ଏକ ଫଳ ବ୍ୟବସାୟୀ ଘର ଉପରକୁ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ। ଏହାର ଦୁଇ ଦିନ ପରେ ସମାନ ସ୍ଥାନରେ ଆତଙ୍କବାଦୀ ଧରାପଡ଼ିବା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇଦେଇଛି।

ଗିରଫ ହୋଇଥିବା ଲସ୍କରର ୮ ଆତଙ୍କବାଦୀ ସ୍ଥାନୀୟ ଲୋକଙ୍କୁ ପୋଷ୍ଚର ମାଧ୍ୟମରେ ଧମକ ଦେଉଥିଲେ। ଗିରଫ ହୋଇଥିବା ଆତଙ୍କବାଦୀ ହେଲେ ଅଇଜଜ ମୀର, ଓମାର ମୀର, ତଓ୍ୱଶୀଫ ନଜର, ଇମତିଆଜ୍ ନଜର, ଓମାର ଆକବର, ଫଇଜନ ଲତିଏଫ, ଦାନିଶ ହବିବ ଏବଂ ସୌକତ ଅହମ୍ମଦ ମୀର। ଗିରଫ ଆତଙ୍କବାଦୀଙ୍କ ପାଖରୁ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ସାମଗ୍ରୀ ଜବତ କରିଛି ପୁଲିସ୍। ଏହି ସବୁ ଯନ୍ତ୍ରାଂଶକୁ ବ୍ୟବହାର କରି ଆତଙ୍କବାଦୀ ମାନେ ପୋଷ୍ଟର ଛାପୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।

ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ହଜାର ହଜାର ଯବାନ ସୁରକ୍ଷା ପାଇଁ ମୁତୟନ କରିଛି କେନ୍ଦ୍ର। ମାସେ ପରେ ସୁରକ୍ଷା ବ୍ୟବସ୍ଥାରେ କୋହଳ ହେବା ଏବଂ ମୋବାଇଲ୍ ଓ ଇଣ୍ଟରନେଟ୍ ସକ୍ରିୟ ହେବା ପରେ ଆତଙ୍କବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି।

By amfnews

Related Post