322 Views
ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୩୭୦ ଅନେକ ବର୍ଷ ଧରି ଜମ୍ମୁ-କଶ୍ମୀରକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରିଆସୁଛି। ଏହି ଧାରା ଉଚ୍ଛେଦ ହେଲେ ଅନେକ ପରିବର୍ତ୍ତନ ଘଟିବ। ତେବେ, କ’ଣ ସବୁ ପରିବର୍ତ୍ତନ ଆସିବ ତାହା ନିମ୍ନରେ ଲେଖାଯାଇଛି।
: ଜମ୍ମୁ-କଶ୍ମୀରରେ ଆଉ ସ୍ୱତନ୍ତ୍ର ପତାକା ଉଡ଼ିବ ନାହିଁ। ସେଠାରେ ବି ତ୍ରିରଙ୍ଗା ଉଡ଼ିବ।
: ସେଠାକାର ନାଗରିକମାନଙ୍କର ଦୈତ ନାଗରିକତ୍ୱକୁ ରଦ୍ଦ କରାଯିବ।
: ଏଣିକି ଜମ୍ମୁ-କଶ୍ମୀରରେ ଯେକେହି ବି ଚାହିଁଲେ ଜମି କିଣିପାରିବେ।
: ଏଠାରେ ଆଉ ରାଜ୍ୟପାଳ ରହିବେ ନାହିଁ।
: ଜମ୍ମୁ-କଶ୍ମୀର ପୁଲିସ୍ କେନ୍ଦ୍ର ଅଧିନରେ ରହିବ।
: କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଲଟିବ।
: ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ବଦଳରେ ୫ ବର୍ଷ ହେବ।
: ଲଦାଖ ଚଣ୍ଡିଗଡ଼ ପରି କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏଠାରେ କଶ୍ମୀର ପରି ବିଧାନସଭା ରହିବ ନାହିଁ।
: ଜମ୍ମୁ-କଶ୍ମୀରରେ ଆର୍ଟିଆଇ ନିୟମ ଲାଗୁ ହେବ।
: ଅନ୍ୟ ରାଜ୍ୟର ଲୋକେ ବି ଜମ୍ମୁ-କଶ୍ମୀରରେ ଚାକିରି କରିପାରିବେ।