Mon. Mar 9th, 2026

ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର; ତଣ୍ଟିକାଟି ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ

144 Views

ବଣାଇଁ: ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରୁ ଜଣେ ଯୁବକଙ୍କର କ୍ଷତାକ୍ତ ଶବ ଉଦ୍ଧାର କରାଯାଇଛି।

ନିହତ ଯୁବକ ହେଉଛନ୍ତି ବଣାଇଗଡ଼ ସହରବାସୀ ୨୭ ବର୍ଷିୟ ଅନୀଲ ମୁଣ୍ଡା। ସକାଳୁ ସ୍ଥାନୀୟ ଲୋକେ ସେଠାରେ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ପ୍ରଥମେ ଅନୀଲଙ୍କ ସହ ଧସ୍ତାଧସ୍ତି କରି ତାଙ୍କୁ କାବୁ କରିବା ପରେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକାଟି ଦିଆଯାଇଛି। ତା’ପରେ ଖଣ୍ଡେ ପଥରରେ ତାଙ୍କୁ ଛେଚି ଦିଆଯାଇଛି। ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଗ୍ଲାସ୍‌, ସିଝାଅଣ୍ଡା ଆଦି ପଡ଼ିଛି। ଗତ ସନ୍ଧ୍ୟାରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ବଣାଇ ପୁଲିସ ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଧିକ ତଦନ୍ତ ଲାଗି ରାଉରକେଲାରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମଗାଇଛି।
ଘଟଣାସ୍ଥଳରେ ପ୍ରବଳ ଜନଗହଳି ଲାଗିଛି।

By amfnews

Related Post