Thu. Dec 26th, 2024

ଛେଳିଟିଏ ପାଇଁ ତାଳଚେର ଏମସିଏଲ ଖଣିର ପ୍ରାୟ ୩ କୋଟି ଟଙ୍କା କ୍ଷତି

By amfnews Oct 2, 2019 #Featured
144 Views

ତାଳଚେର  : କୋଇଲା ପଥର ଉତ୍ପାଦନ କରୁଥିବା ମହାନଦୀ କୋଲଡ଼ଫିଲଡ ଲିମିଟେଡ଼କୁ ବା ଏମସିଏଲକୁ ଗୋଟିଏ ଛେଳିର ମୃତ୍ୟୁ ପାଇଁ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ତାଙ୍କର କ୍ଷତି ସହିବାକୁ ପଡିଛି | କିଛି ଏଭଳି ସାଙ୍ଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି | ଏମସିଏଲ ପକ୍ଷରୁ କୁହାଯାଇଛି ଯେ ଏକ ପରିବହନ କରୁଥିବା ଟିପ୍ପର ଦୁର୍ଘଟଣାରେ ଗୋଟିଏ ଛେଳିର ମୃତ୍ୟୁ ହୋଇଯାଇଥିଲା ଯାହାପରେ ଛେଳିର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ୬୦ ହଜାର ଟଙ୍କାର କ୍ଷତିପୂରଣ ଦାବି କରିଥିଲେ |

ଯାହାକୁ ନେଇ ଲୋକମାନେ ସୋମବାର ଦିନ ପୂର୍ବାହ୍ନ ୧୧ଟାରୁ କୋଇଲା ପରିବହନକୁ ଅଟକାଇଦେଇଥିଲେ | ତେବେ ବରିଷ୍ଠ ଅଧିକାରୀ ଓ ପୁଲିସର ହସ୍ତକ୍ଷେପ ପରେ ଅପରାହ୍ନ ୨ଟା ୩୦ ବେଳକୁ ସ୍ଥିତି ସାମାନ୍ୟ ହୋଇଯାଇଥିଲା | କିନ୍ତୁ ଏହି ତିନି ଘଣ୍ଟା ପରିବହନ ବନ୍ଦ ହେବା ଯୋଗୁଁ ଏମସିଏଲକୁ ୨.୬୮ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି | ସେହିପରି ଓଡିଶା ସରକାରଙ୍କୁ ମଧ୍ୟ ୪୬ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଛି | ଅର୍ଥାତ ଏମସିଏଲ ଓ ରାଜ୍ୟ ସରକାରଙ୍କୁ ୩ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡିଛି |

By amfnews

Related Post