Sat. Nov 23rd, 2024

ଚୂଡାନ୍ତ ହେଲା ରାଜ୍ୟ ବଜେଟ୍ ର ରୂପରେଖ, କ୍ୟାବିନେଟ୍ ବୈଠକରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଚିଠାକୁ ଅନୁମୋଦନ

By amfnews Feb 10, 2021 #Featured
257 Views

ଭୁବନେଶ୍ୱର, ଫେବୃଆରୀ ୧୦ : ଆସନ୍ତା ଫେବୃଆରୀ ୨୨ରେ ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ରାଜ୍ୟ ବଜେଟ୍ ର ରୂପରେଖ ଚୂଡାନ୍ତ ହୋଇଛି । ଗତ କାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଚିଠାକୁ ଅନୁମୋଦନ କରାଯାଇଛି ।

ରାଜ୍ୟରେ ପୂର୍ବବର୍ଷ ଅପେକ୍ଷା ଚଳିତ ଆର୍ଥକ ବର୍ଷ ବଜେଟ୍ ଅପେକ୍ଷାକୃତ ଭାବରେ ଅଧିକ ହେବାକୁ ଯାଉଛି । ଯାହା ରାଜ୍ୟ ସରକାରଙ୍କ ପାଇଁ  ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

ଚଳିତ ବର୍ଷ ବଜେଟ୍ ରେ କେଉଁ ବିଭାଗକୁ କେତେ ଅନୁଦାନ ମିଳିବ ଏବେ ତାହା ଉପରେ ପୁରା ରାଜ୍ୟ ବାସୀଙ୍କ ନଜର ରହିଛି । ତେବେ ମହାମାରୀ ପରେ ଏହା ରାଜ୍ୟର ପ୍ରଥମ ବଜେଟ୍ ହୋଇଥିବାରୁ ରାଜ୍ୟ ଅର୍ଥନୀତିକୁ ସଜାଡିବା ଓ ପୁରା ବଜେଟ୍ ର ପରିଚାଳନା କରିବା ଚଳିତ ଥର ରାଜ୍ୟ ଅର୍ଥ ବିଭାଗ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି ।

ବର୍ତମାନ ରାଜ୍ୟ ସରକାରଙ୍କ ଉପରେ ଋଣ ଭାର, ରାଜସ୍ୱ ଆଦାୟ, ଦରମା ଓ ପେନସନ୍ ବାବଦ ଖର୍ଚ୍ଚ ଭଳି ବଡ ବୋଝ ରହିଛି । 

By amfnews

Related Post