Sun. Mar 8th, 2026

ଚିଡ଼ିଆଖାନାରେ ମଣିଷକୁ ମାରିପକାଇଲେ ସିଂହୀ ଓ ସିଂହ

291 Views

ଚଣ୍ଡିଗଡ଼, ଜାନୁଆରୀ ୨୧ : ରବିବାର ଦିନ ଜିରାକପୁର ଠାରେ ଥିବା ଛତବୀର ଚିଡ଼ିଆଖାନାର ସିଂହମାନେ ଜଣେ ବ୍ୟକ୍ତିଙ୍କୁ ରାମ୍ପିବିଦାରି ମାରିପକାଇଛନ୍ତି। ଚିଡ଼ିଆଖାନା କର୍ମଚାରୀଙ୍କ କହିବା ଅନୁସାରେ, ୨୫ ଫୁଟ୍‌ ଉଚ୍ଚ ପାଚେରି ଟପି ଲୋକଟି ଖୁଆଡ଼ରେ ପଶିବା ମାତ୍ରେ ଦୁଇଟି ସିଂହ ତାଙ୍କୁ ଆକ୍ରମଣ କରିଥିଲେ। ଆନୁମାନିକ ୩୦ ବର୍ଷୀୟ ସେ ବ୍ୟକ୍ତିଙ୍କର ପରିଚୟ ମିଳି ପାରି ନାହିଁ। ଘଟନାଟି ଅପରାହ୍ଣ ୨: ୨୦ ମିନିଟ୍‌ରେ ଘଟିଛି।

ଚିଡ଼ିଆଖାନାର ଫିଲ୍‌ଡ୍‌ ଡାଇରେକ୍ଟର୍‌ ଏମ୍‌ ସୁଧାଗର୍ବ କହନ୍ତି: ଲୋକଟିର ବେକରେ ହୋଇଥିବା କ୍ଷତଟି ଥିଲା ଗଭୀର। ଉଦ୍‌ବେଗଜନକ ଅବସ୍ଥାରେ ତାଙ୍କୁ ସିଭିଲ୍‌ ହସ୍‌ପିଟାଲ୍‌ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ସେ ଖୁଆଡ଼ରେ ରହନ୍ତି ଗୋଟାଏ ସିଂହ ଓ ଗୋଟାଏ ସିଂହୀ। ପ୍ରଥମେ ସିଂହୀ ସେ ଲୋକଟିକୁ ଆକ୍ରମଣ କରିଥିଲା।

କର୍ମଚାରୀମାନେ କହୁଛନ୍ତି: ଚିଡ଼ିଆଖାନାର ଜଙ୍ଗଲିଆ ଅଞ୍ଚଳ ପଟ ଘଗ୍ଗର୍‌ ବନ୍ଧ ଦେଇ ସମ୍ଭବତଃ ଲୋକଟି ଚିଡ଼ିଆଖାନାକୁ ପ୍ରବେଶ କରିଥିଲେ।
ତା’ପରେ ସେ ପାଚେରି ଚଢ଼ି ଖୁଆଡ଼ ଭିତରକୁ ପଡ଼ିଯାଇ ଥାଇ ପାରନ୍ତି ବୋଲି ସୁଧଗର୍ବ କହନ୍ତି। ସେ ଦର୍ଶକ ନୁହନ୍ତି ବୋଲି ସୁଧଗର୍ବ କହିଛନ୍ତି।

ଆମର ସନ୍ଦେହ ହେଉଛି ସେ ଜଣେ ମଦ୍ୟପ ହୋଇ ଥାଇପାରନ୍ତି। ନଚେତ ଜଣେ ସାଧାରଣ ବ୍ୟକ୍ତି ଏତେ ଉଚ୍ଚ ପାଚେରି ଚଢ଼ିବ ନାହିଁ।

କୁଇକ୍‌ ରେସ୍‌ପନ୍‌ସ୍‌ ଟିମ୍‌ ତୁରନ୍ତ ସିଂହ ଦୁଇଟିକୁ ସେଠାରୁ ହଟାଇ ଲୋକଟିକୁ ଉଦ୍ଧାର କରିଥିଲେ।

By amfnews

Related Post