Sun. Jun 8th, 2025

ଚିନ୍ତାରେ ଶତ୍ରୁଦେଶ,ଭାରତ କିଣିବ ୨୧ ମିଗ୍‌, ୧୨ ସୁଖୋଇ

By amfnews Jan 18, 2021 #Featured
312 Views

ନୂଆଦିଲ୍ଲୀ,ଜାନୁଆରୀ ୧୮ : ଚୀନ୍ ଓ ପାକିସ୍ତାନ ସହିତ ଭାରତର ଶତ୍ରୁତା ଦୀର୍ଘ ମାସ ହେବ ଲାଗିରହିଛି ଯାହାଫଳ ରେ ଭାରତୀୟ ସେନାମାନେ ତ୍ରିସ୍ତରରେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହା ସହ ଡ଼ିଆରଡ଼ିଓ ପକ୍ଷରୁ ମଧ୍ୟ ଅନେକ ଅତ୍ୟାଧୁନିକ ଯୁର୍ଦ୍ଧାସ୍ତ୍ରର ସଫଳ ପରୀକ୍ଷଣ କରାଯାଉଛି ।

ତେବେ ଏହାରି ଭିତରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ଆହୁରୀ ସୁଦୃଢ କରିବା ପାଇଁ ଋଷ ଠାରୁ ୨୧ଟି ମିଗ୍‌-୨୯ ଏବଂ ୧୨ ସୁଖୋଇ-୩୦ ଯୁଦ୍ଧ ବିମାନ କିଣିବ। ଏନେଇ ସୁରକ୍ଷା କ୍ୟାବିନେଟ୍ କମିଟି ପକ୍ଷରୁ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ତେବେ କେବଳର ଏତିକି ନୁହେଁ ୮୩ ଟି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ତେଜସ୍ ଯୁଦ୍ଧ ବିମାନ କିଣାଯିବା ପ୍ରସ୍ତାବକୁ ମଧ୍ୟ କମିଟି ମଞ୍ଜୁର କରିଛନ୍ତି। ସବୁକ୍ଷେତ୍ରରେ ଭାରତର ଏହିପରି ବଡ଼ ବଡ଼ କାର୍ଯ୍ୟାନୁଷ୍ଟାନକୁ ନେଇ ଏବେ ଶତ୍ରୁଦେଶର ଚିନ୍ତା ବଢିବାରେ ଲାଗିଛି ।

By amfnews

Related Post