118 Views
ନୂଆଦିଲ୍ଲୀ : ୨୦୨୭ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିଯିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି | ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଜନସଂଖ୍ୟାରେ ପ୍ରଥମ ସ୍ଥାନରେ ଥିବା ଚୀନକୁ ଭାରତ ପଛରେ ପକାଇଦେବ | ଜାତିସଂଘ କହିଛି ଯେ ୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟାରେ ୨୭ କୋଟି ବୃଦ୍ଧି ହୋଇପାରେ | ଏହା ସହ ଭାରତ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ଭାବେ ପରିଗଣିତ ହୋଇଯିବ |
ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ୯ଟି ଦେଶର ଜନସଂଖ୍ୟା ସବୁଠାରୁ ଅଧିକ ବୃଦ୍ଧି ଘଟିବ | ଏହି ସବୁ ଦେଶ ହେଲେ ଭାରତ, ନାଇଜେରିଆ, ପାକିସ୍ତାନ, କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ମିଶର ଓ ଆମେରିକା | ତେବେ ଏହି ତାଲିକାରେ ଚୀନର ଜନସଂଖ୍ୟା ସେତେଟା ବଢିବ ନାହିଁ ବୋଲି ଦର୍ଶାଯାଇଛି |