Sun. Jun 8th, 2025

ଚାଲିଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ, ସଂକ୍ରମଣ କୁ ଦୃଷ୍ଟିରେ ରଖି ସାନିଟାଇଜ୍ ହେଲା ଶ୍ରୀମନ୍ଦିର ପରିସର

By amfnews May 16, 2021 #Featured
367 Views

ପୁରୀ, ମେ ୧୬ : ବର୍ତମାନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଜାରି ରହିଥିବା ବେଳେ ଗତ କାଲି ଠାରୁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଶତାଧିକ ସେବାୟତ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହୋଇଥିବାରୁ ଆଜି ପୁଣି ଶ୍ରୀମନ୍ଦିର ଭିତର ବାହାର ସାନିଟାଇଜ୍ କରାଯାଇଛି ।

ପୂର୍ବ ନିଷ୍ପତି ଅନୁଯାଇ ପ୍ରତ୍ୟକ ରବିବାର ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିବା ବେଳେ ଆଜି ଚନ୍ଦନ ଯାତ୍ରା ଓ ରଥନିର୍ମାଣ କାର୍ଯ୍ୟ ପାଇଁ ବିଶେଷ ଭାବରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯାଇଛି।

ବର୍ତମାନ ପୁରା ରାଜ୍ୟରେ କରୋନା ଅଣାୟତ ସ୍ଥିତିରେ ରହିଥିବା ବେଳେ ଶ୍ରୀମନ୍ଦିରରେ ମଧ୍ୟ ବହୁ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା ଏହାପରେ ବର୍ତମାନ ବି ବହୁ ସେବାୟତ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଥିବାରୁ ସେମାନଙ୍କ ପ୍ରତି ସଂକ୍ରମଣର ଭୟ ଅଧିକ ରହିଛି ତେଣୁ ଆଜି ପୁଣି ଶ୍ରୀମନ୍ଦିରକୁ ଭଲ ଭାବରେ ବିଶୋଧନ କରାଯାଇଛି ।

ପୁରୀ ଜିଲ୍ଲା ପ୍ରଶାସନ ଓ ଦମକଳ ବାହିନୀର ମିଳିତ ସହଯୋଗରେ ଅତି ସତର୍କତାରର ସହ ଏହି ବିଶୋଧନ କାର୍ଯ୍ୟ କରାଯାଇଛି ।

By amfnews

Related Post