ଉତ୍ତରପ୍ରଦେଶ, ଅକ୍ଟୋବର ୦୧ : ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି କଂଗ୍ରେସ ମୁଖ୍ୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ରାହୁଲ ପଡିଯାଇଥିଲେ । ପୋଲିସ ସାହାଯ୍ୟ କରିବାରୁ ସେମାନଙ୍କ ବିରୋଧରେ ମିଥ୍ୟା ଆରୋପ ଆଣିଛନ୍ତି ରାହୁଲ ।
ସୂଚନାନୁସାରେ, ଯମୁନା ଏକ୍ସପ୍ରେସୱେରେ ଯେତେବେଳେ ପୋଲିସ ତାଙ୍କୁ ରୋକିଥିଲା ଓ ସେଠାରୁ ନିଜ ନିଜ ଗାଡିରୁ ଓହ୍ଲାଇ ଚାଲି ଚାଲି ହାଥରସ ଯିବାକୁ ବାହାରିଲେ । ଚାଲି ଚାଲି ଯାଉଥିବା ସମୟରେ ରାହୁଲ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଏହାପରେ ତାଙ୍କ ସୁରକ୍ଷାରେ ଥିବା ଯବାନ ତାଙ୍କୁ ଉଠାଇ ଥିଲେ । ତେବେ ରାହୁଲ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଧକ୍କା ଦେଇଥିଲା ଓ ଲାଠିରେ ବାଡ଼େଇଥିଲା ।
ରାହୁଲ ଗାନ୍ଧି ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି ଯେ, ପୋଲିସ ତାଙ୍କୁ ଧକ୍କା ମାରିଛି, ତଳେ ପକାଇ ଲାଠିଚାର୍ଜ କରିଛି । ଏହାପରେ ସେ ପ୍ରଶ୍ନ କରିଛନ୍ତି ଯେ, ଦେଶରେ କଣ କେବଳ ମୋଦିଜୀଙ୍କର ଚାଲିବାର ଅଧିକାର ଅଛି ? ଆମଭଳି ସାଧାରଣ କଣ ଚାଲି ପରିବେନାହିଁ ? ଆମ ଗାଡିକୁ ରୋକି ଦିଆଯାଇଥିଲା ସେଥିପାଇଁ ଆମେ ଚାଲି ଚାଲି ଯାଉଛୁ ।
ଅପରପକ୍ଷରେ ମାମଲାକୁ ବିଜେପି ଡ୍ରାମା ବୋଲି କହିଛି । ବିଜେପି ପ୍ରବକ୍ତା ଚନ୍ଦ୍ରମୋହନ କହିଛନ୍ତି ‘ଦୁଇ ଭାଇ ଭଉଣୀ ରାଜନୀତି ରୁଟି ସେକିବାକୁ ରାସ୍ତାରେ ଡ୍ରାମା କରୁଛନ୍ତି । ଯେତେବେଳେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଧାରା ୧୪୪ ଲାଗୁ କରାଯାଇଛି ତାହେଲେ ସେମାନେ କାହିଁକି ନିୟମ ପାଳନ କରୁନାହାନ୍ତି ।