Sat. Mar 7th, 2026

ଚନ୍ଦ୍ରରେ ପ୍ରଥମ କରି ମଞ୍ଜି ପୋତି ଗଛ ଉଠାଇଲା ଚୀନ୍‌

333 Views

ନୂଆଦିଲ୍ଲୀ, ଜାନୁଆରୀ ୧୬: ଦେଶର ଚନ୍ଦ୍ର ଅଭିଯାନର ଅଂଶ ସ୍ୱରୂପ ଚୀନ୍‌ ଚନ୍ଦ୍ରରେ ପ୍ରଥମେ ବୃକ୍ଷ ରୋପଣ କରିଥିବା କଥା ଦାବି କରିଛି।

ଜାନୁଆରି ୧୨ ତାରିଖରେ ପଠାଯାଇଥିବା ଫଟୋଚିତ୍ରରେ ଦେଖାଯାଉଛି ଯେ ପରୀକ୍ଷା ଆରମ୍ଭ ହେବାର ୯ ଦିନ ପରେ ମଞ୍ଜିରୁ ଗଜା ସବୁ ଭଲ ଭାବେ ବଢୁଥିବା କଥା ଏହି ବାୟୋଲୋଜିକାଲ୍‌ ପ୍ରୋଜେକ୍ଟ୍‌ର ନେତୃତ୍ୱ ନେଉଥିବା ଚୋଙ୍ଗ୍‌କିଙ୍କଗ୍‌ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଦିନ କହିଛି। କପା ମଞ୍ଜିରୁ ହିଁ ପ୍ରଥମେ ସବୁଜ ପତ୍ର ବାହାରି ଥିବା କଥା ବୈଜ୍ଞାନିକମାନେ କହିଛନ୍ତି।

ଚୋଙ୍ଗ୍‌କିଙ୍ଗ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଜିଏ ଜେଙ୍ଗ୍‌ଜିନ୍‌ କହିଛନ୍ତି: ନିର୍ଜୀବ ଚନ୍ଦ୍ରରେ ଏହି ପରୀକ୍ଷା ପ୍ରଥମ କରି ଉଦ୍ଭିଦର ଗଜା କରାଇଛି।

ଚନ୍ଦ୍ରର ଅପରପାର୍ଶ୍ୱରେ ମହାକାଶ ଯାନ ଓହ୍ଲାଇବାରେ ବିଶ୍ୱର ପ୍ରଥମ ଦେଶ ହେବା ପରେ ଚୀନ୍‌ ଆହୁରି ଚାରିଟି ଚନ୍ଦ୍ର ଅଭିଯାନ କରିବାର ଯୋଜନା କରୁଛି।

By amfnews

Related Post