Thu. Jan 23rd, 2025

ଚନ୍ଦ୍ରରେ ଚନ୍ଦ୍ରଯାନ: ୧୦ଟି ଜାଣିବା କଥା

By amfnews Sep 7, 2019 #Featured
303 Views

ନୂଆଦିଲ୍ଲୀ: ଜାତୀୟ ପତାକା, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ସହ ମହାକାଶ ଯାଇଥିବା ଚନ୍ଦ୍ରଯାନ-୨ର ଆଜି ପରୀକ୍ଷା ବେଳ। ଫଳାଫଳକୁ ଅନେଇ ବସିଛନ୍ତି ସାରା ଭାରତର ଲୋକେ ଏବଂ ବିଶ୍ୱର ବିଭିନ୍ନ ବଡ଼ ବଡ଼ ରାଷ୍ଟ୍ର।

୧. ଜୁଲାଇ ୨୨ରେ ବାହୁବଳୀ ରକେଟ୍‌ ବା ଜିଏସ୍‌ଏଲଭି ଏମ୍‌କେ ୩ ଜରିଆରେ ଚନ୍ଦ୍ରଯାନର ଉତ୍‌କ୍ଷେପଣ କରାଯାଇଥିଲା।
୨. ବେଶ୍‌ କିଛି ସପ୍ତାହ ଏହା ପୃଥିବୀକୁ ପ୍ରଦିକ୍ଷଣ କରିବା ପରେ ଅଗଷ୍ଟ ୨୦ରେ ଏହା ଚନ୍ଦ୍ର ଆଡ଼କୁ ମୁହାଁଇଥିଲା।
୩. ଏହାପରେ ଚନ୍ଦ୍ର ଉପରୁ ୧୦୦ କିଲୋମିଟର ଦୂରରେ ଥିବା ଅନ୍ତିମ କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ-୨।
୪. ଏହାପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଯାନ-୨ର ଅର୍ବିଟରଠାରୁ ଅଲଗା ହୋଇଥିଲା ଏବଂ ଚନ୍ଦ୍ରର କକ୍ଷପଥ ଆଡ଼କୁ ଗତି କରିଥିଲା।
୫. ଏହି ପ୍ରକ୍ରିୟାରେ ଅର୍ବିଟର ଚନ୍ଦ୍ରକୁ ନୀରିକ୍ଷଣ କରିବା ସହ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ରଖିବ।
୬. ଏହାପରେ ଲ୍ୟାଣ୍ଡର ଅନ୍ତିମ ଅତି ଚ୍ୟାଲେଞ୍ଜିଂ ୧୫ ମିନିଟ୍‌କୁ ସାମ୍ନା କରିବ।
୭. ଏହାପରେ ଚନ୍ଦ୍ରପୃଷ୍ଠକୁ ଛୁଇଁବା ଅବସ୍ଥାକୁ ଆସିଯିବ ଲ୍ୟାଣ୍ଡର।
୮. ଲ୍ୟାଣ୍ଡିଂ ପାଇଁ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ବାଛିବାକୁ ଆରମ୍ଭ କରିବ ଏବଂ ଏହାପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡ କରିବ।
୯. ଚନ୍ଦ୍ରପୃଷ୍ଠର ଧୂଳି କମିଯିବା ପରେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଦେଖାଇ ବିକ୍ରମ ଲ୍ୟାଣ୍ଡର ଭିତରୁ ଏକ ଗଡ଼ାଣିଆ ରାମ୍ପ୍‌ ବାହାରକୁ ବାହାରିଆସିବ।
୧୦. ଏହାପରେ ଧୀରେ ଧୀରେ ୬ ଚକିଆ ରୋଭର ପ୍ରଜ୍ଞା ଓହ୍ଲାଇବ। ଏହା ଚନ୍ଦ୍ରପୃଷ୍ଠରେ ଅଶୋକ ଚକ୍ର ଏବଂ ଇସ୍ରୋ ଲୋଗୋର ଛାପ ଛାଡ଼ିଯିବ।

By amfnews

Related Post