Wed. Mar 11th, 2026

ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ୱର ବିମାନବନ୍ଦର !

199 Views

ଭୁବନେଶ୍ୱର  :  କର୍ମଚାରୀଙ୍କ ଘୋର ବିରୋଧ ସତ୍ତ୍ୱେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଶର ୬ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ଏହି ବିମାନ ବନ୍ଦରଗୁଡିକ ହେଲା ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର।

ଘରୋଇକରଣ ପ୍ରସ୍ତାବକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବୋର୍ଡର ଅନୁମୋଦନ ରହିଛି। ଏନେଇ କ୍ୟାବିନେଟର ମଂଜୁରୀ ପାଇଁ ଆବେଦନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ନିଲାମି ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି।

ଘରୋଇକରଣ ଦ୍ୱାରା ଅଧିକ ରାଜସ୍ୱ ଆଦାୟ ହେବା ସହ ଛୋଟ ବିମାନବନ୍ଦରର ଆଧୁନିକୀକରଣ କରାଯାଇପାରିବ ବୋଲି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ୬ଟି ବିମାନ ବନ୍ଦରକୁ ଘରୋଇକରଣ କରାଯାଇଛି। ଗୁଜୁରାଟର ଅଦାନୀ ଏଣ୍ଟରପ୍ରାଇଜେସ୍ ସବୁଠାରୁ ଅଧିକ ମୂଲ୍ୟରେ ଏଗୁଡିକ ନିଲାମି ନେଇଛି।  ଅହମ୍ମଦାବାଦ, ଲକ୍ଷ୍ନୌ ଓ ମାଙ୍ଗାଲୋର ବିମାନ ବନ୍ଦରକୁ ଲିଜ୍‌ ପାଇଁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଥିବା ବେଳେ ଜୟପୁର, ଗୌହାଟୀ ଓ ଥିରୁଅନନ୍ତପୁରମକୁ ବର୍ତ୍ତମାନ ସୁଦ୍ଧା ଲିଜ୍‌ ଦିଆଯାଇନାହିଁ। ସେପଟେ ବିମାନବନ୍ଦରର ଘରୋଇକରଣ ଦ୍ୱାରା ଆଗୁଆ ଅବସର ଓ ଚାକିରିରୁ ବିଦା ହେବାର ଆଶଙ୍କା ରହିଥିବାରୁ ଏହାକୁ ଅନେକ କର୍ମଚାରୀ ବିରୋଧ କରି ଆସୁଛନ୍ତି।

By amfnews

Related Post