Sat. Jan 25th, 2025

ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପେନସନ ବଢ଼ିବାର ବାଟ ଖୋଲିଲେ ସୁପ୍ରିମକୋର୍ଟ

By amfnews Apr 2, 2019 #Featured
197 Views

ନୂଆଦିଲ୍ଲୀ, ଅପ୍ରେଲ ୦୨ : ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବେ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀ ପାଇଁ ଏକ ବଡ଼ ଖୁସି ଆଣିଛି । ଘରୋଇ କମ୍ପାନୀ କର୍ମଚାରୀଙ୍କ ପେନ୍‌ସନ୍‌ରେ ଏବେ ଶତ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ସୃଷ୍ଟି ହୋଇଛି । କୋର୍ଟ ଏମ୍ପ୍ଲୋଇଜ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ ଅର୍ଗାନାଇଜେସନ୍‌ (ଇପିଏଫ୍‌ଓ)କୁ ନେଇ ଦାୟର ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି । ଏହା ସହିତ କେରଳ ହାଇକୋର୍ଟଙ୍କ ରାୟ କାଏମ ରହିଛି ।

କେରଳ ହାଇକୋର୍ଟ ଇପିଏଫ୍‌ଓକୁ କହିଥିଲେ ଯେ ଅବସର ନେଇଥିବା ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଦରମାର ହିସାବ କରି ପେନସନ ଦେବାକୁ । ଏବେ ଇପିଏଫ୍‌ଓ ୧୫,୦୦୦ ଟଙ୍କାରେ ପେନସନ୍‌ ସହିତ ଯୋଡ଼ି ଦେଉଛି । କିନ୍ତୁ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟଳୟରେ ଚ୍ୟାଲେଞ୍ଜ କରାଯାଇଥିଲା । ଯେଉଁ ରାୟକୁ ସୁପ୍ରିମକୋର୍ଟ ସୋମବାର ଶୁଣାଣୀ କରି କାଏମ ରଖିଛନ୍ତି । ତେବେ ଏହି ନିଷ୍ପତ୍ତି ଦ୍ୱାରା ପ୍ରୋବିଡେଣ୍ଟ ଫଣ୍ଡ କମ୍‌ ହୋଇଯିବ । କାରଣ ଅଧିକ ଭାଗ ଇପିଏସ୍‌ ଫଣ୍ଡରେ ଜମା ହେବ । କିନ୍ତୁ ନୂତନ ନିୟମରେ ପେନସନ ଅଧିକ ବଢ଼ିଯିବ ।

By amfnews

Related Post