Fri. Mar 6th, 2026

ଘରେ ପଶି ଚୋରି ପରେ ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ

161 Views

ପୋଲସରା, ନଭେମ୍ବର ୦୧: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟିଛିି। ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତମାନେ ଚୋରି କରିବା ସହିତ ଘରେ ଶୋଇଥିବା ଜଣେ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତକାଲ ରାତିରେ ତିନି ଜଣ ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ବାଲିସାହି ଫାଣ୍ଡି ଅଞ୍ଚଳରେ ଜଣଙ୍କ ଘର ଭିତରେ ପଶିଥିଲେ। ଘରେ ପଶି ଟଙ୍କା, ପଇସା ଓ ସୁନାରୂପା ଅଳଙ୍କାର ଚୋରି କରି ନେବା ପରେ ଦୁର୍ବୃତ୍ତମାନେଙ୍କ ପାପ ଆଖି ପଡ଼ିଥିଲା ଘର ଭିିତରେ ଶୋଇଥିିବା ନାବାଳିକାଙ୍କ ଉପରେ। ଦୁର୍ବୃତ୍ତମାନେ ତାଙ୍କୁ ଘର ବାହାରକୁ ଟେକି ନେଇ ଗଣଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ଉଦ୍ଧାର କରି ପ୍ରଥମେ ଆସ୍କା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।

By amfnews

Related Post