Sat. Mar 7th, 2026

ଘର ବାରଣ୍ଡାରୁ ମାଂସ ଦୋକାନୀଙ୍କର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

217 Views

ରାଉରକେଲା : ଆଜି ସକାଳେ ରାଉରକେଲାର ସାରନଗରୀ ବ୍ରିଟାନିଆ କଲୋନିର ଜଣଙ୍କ ଘର ବାରଣ୍ଡାରୁ ଜଣେ ଯୁବକଙ୍କର ଶବ ଉଦ୍ଧାର ହୋଇଛିl ମୃତ ଯୁବକ ଜଣକ ହେଲେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଶାରଳା ମାର୍କେଟର ମହମ୍ମଦ ଇସମାଇଲ ବୋଲି ଜଣାଯାଇଛି। ତାଙ୍କର ବୟସ ୩୫ ବର୍ଷ ବୋଲି କୁହାଯାଉଛି l
ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଯୁବକ ଜଣକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି l ଖବର ପାଇ ଟାଙ୍ଗରପାଲି ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାପରେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l  ମିଳିଥିବା ସୂଚନା ମୁତାବକ ମୃତ ଯୁବକଙ୍କର ସାରନଗରୀ ପାଣି ଟାଙ୍କି ମାର୍କେଟ ନିକଟରେ ଏକ ମାଂସ ଦୋକାନ ରହିଛି l

By amfnews

Related Post