Sat. Mar 7th, 2026

ଗୁରୁତର ଅବସ୍ଥାରେ ସ୍କୁଲ୍‌ ଛାତ୍ର ରେଳଧାରଣାରୁ ଉଦ୍ଧାର

215 Views

ଗୋପାଳପୁର, ଜାନୁଆରୀ ୧୬ : ରଘୁନାଥପୁର ଥାନା ଜଗନ୍ନାଥପୁର ଗ୍ରାମର ଦୁଇଜଣ ହାଇସ୍କୁଲ ଛାତ୍ର ମାଡ଼ ମରାମରି ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ଧରାଧରପୁର ରେଳଧାରଣା ନିକଟରୁ ଉଦ୍ଧାର କରାଯାଇଛି। ସୂଚନା ମୂତାବକ, ଗତକାଲି ଏହି ଦୁଇଜଣ ୮ମ ଶ୍ରେଣୀ ଛାତ୍ର କଟକ-ପାରାଦୀପ ରେଳପଥର ଧରାଧରପୁରରେ ମରାମରି ହୋଇଥିଲେ। ରେଳଧାରଣାରେ ପଡ଼ିଥିବା ମେଣ୍ଟାଲ୍‌ ମାଡ଼ରେ ଜଣେ ଛାତ୍ର ଗୁରୁତର ହୋଇଯିବାରୁ ଅନ୍ୟଜଣକ ତାଙ୍କୁ ଛାଡ଼ି ସେଠାରୁ ପଳାଇଥିଲେ। ଖବରପାଇ ପରିବାର ଲୋକେ ରେଳଧାରଣା ନିକଟରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଛାତ୍ରଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଇଥିଲେ। ଏ ନେଇ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଛି।

By amfnews

Related Post