Sun. Jun 8th, 2025

ଗୁଣି ଗାରେଡ଼ି ସନ୍ଦେହରେ ପିଟି ପିଟି ମାରିଦେଲେ

By amfnews Aug 30, 2019 #Featured
194 Views

ମାଲକାନଗିରି  :   ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।  ଏହି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଓରେଲଗୁଡ଼ା ଗାଁରୁ।  ମୃତକ ହେଲେ ଜଗା କାବାସି (୪୦)।

ଓରେଲଗୁଡ଼ା ଗାଁର ଦେବା ବାଞ୍ଜାମୀ ଗତ କିଛି ଦିନ ହେଲା  ଅସୁସ୍ଥ ଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତିନି ଦିନ ତଳେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା।  ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।  ହେଲେ ଦେବାଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରି ନଥିଲେ। ଦେବାଙ୍କ ମୃତ୍ୟୁ ପଛରେ ଗାଁର ଜଗା କାବାସିର ହାତ ରହିଥିବା  ସନ୍ଦେହ ହୋଇଥିଲା। ଏମିତିକି ଜଗା ହିଁ ଦେବାକୁ  ଗୁଣି କରି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ବିଶ୍ୱାସ କରିଥିଲେ। ଜଗାକୁ  ରାସ୍ତାରୁ ହଟାଇବା ପାଇଁ  ଗତକାଲି ଦେବାଙ୍କ କିଛି ସମ୍ପର୍କୀୟ ତାଙ୍କ ଘରକୁ ଯାଇ ଘରୁ ଭିଡ଼ି ଆଣି ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ଦେବାର ପରିବାର ସହ ଗାଁ ଲୋକେ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ଜଗା କବାସିଙ୍କ ପରିବାର ଲୋକେ କାଲିମେଳା ଥାନାରେ ଏତଲା ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

By amfnews

Related Post