Sun. Mar 8th, 2026

ଗୁଜ୍ଜରର ସଂପ୍ରଦାୟର ୨ ଜଣଙ୍କୁ ଧରି ନେଇ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

161 Views

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ। ସୋମବାର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଗୁଜ୍ଜର ସଂପ୍ରଦାୟର ୨ ଜଣଙ୍କୁ ଟେକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତଙ୍କବାଦୀମାନ ଗୁଜ୍ଜର ସଂପ୍ରଦାୟର ଏହି ଦୁଇ ଜଣଙ୍କୁ ଜଙ୍ଗଲକୁ ନେଇ ଗୁଳି କରି ଦେଇଥିବା ସୂଚନା ରହିଛି।

ଏହି ଦୁଇ ଜଣ ହେଉଛନ୍ତି ରାଜୌରୀ ଜିଲ୍ଲାର ଅବ୍‌ଦୁଲ୍‌ କ୍ୱାଦିର କୋହଲି ଏବଂ ଶ୍ରୀନଗରର ମଞ୍ଜୁର ଅହମ୍ମଦ। ସେମାନଙ୍କୁ ଜଣେ ଅଚିହ୍ନା ବ୍ୟକ୍ତି ଧୋକ୍‌ଠାରୁ ଅପହରଣ କରି ନେଇ ଏପରି ଘଟାଇଛି। ସୋମବାର ସଂଧ୍ୟା ପ୍ରାୟ ୭.୩୦ରେ ଏପରି ଘଟିଛି। ଅଗଷ୍ଟ ୫ ଜାରିଖରେ ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦ ଘଟିବା ପରେ ଏହା ହେଉଛି ପ୍ରଧମ ଆତଙ୍କବାଦୀ ଆକ୍ରମଣ। ଏହି କିଛି ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇନଥିଲା।

By amfnews

Related Post