Sun. Mar 8th, 2026

ଗର୍ଭବତୀ ଶିଶକୁ ମହିଳା ଜନ୍ମଦେବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର, ପରେ ସାମ୍ନାକୁ ଆସିଲା କାରଣ

160 Views

ନୂଆଦିଲ୍ଲୀ: ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ କରାଯିବା ପରେ ‌ଯେଉଁ ଘଟଣା ଘଟିଥିଲା, ତାହା ମହିଳାଙ୍କ ସମେତ ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ପ୍ରସବ ପରେ ଜନ୍ମ ନେଇଥିବା ଶିଶୁଟି ଗର୍ଭବତୀ ଥିବା ଜାଣି ଡାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ। ଯାହା ପାଇଁ ଜନ୍ମ ହେବାର ଗୋଟେ ଦିନ ପରେ ଶିଶୁଟିର ଆସ୍ତ୍ରୋପଚାର କରାଯାଇଥିଲା। ଆସ୍ତ୍ରୋପଚାର ପରେ ଏହା ଏକ ବିରଳ ଶାରୀରିକ ସମସ୍ୟା ପାଇଁ ହୋଇଥିବା କହିଛନ୍ତି ଡାକ୍ତର ଘଟଣାଟି ଘଟିଛି କଲୋମ୍ବିଆରେ ରହୁଥିବା ମୋନିକା ବେଗାଙ୍କ ସହ। ଆସ୍ତ୍ରୋପଚାର ପରେ ଏବେ ଶିଶୁଟିର ଅବସ୍ଥା ସୁଧୁରୁଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ମୋନିକାଙ୍କ ପ୍ରସବ ପୂର୍ବରୁ ଅଲଟ୍ରାସାଉଣ୍ଡ କରାଯିବା ସମୟରେ ଶିଶୁଟି ମଧ୍ୟରେ ଥିବା ସମସ୍ୟା ବିଷୟରେ ଡାକ୍ତର ଜାଣି ପାରିଥିଲେ। ଅଲଟ୍ରାସାଉଣ୍ଡ ପରେ ମୋନିକାଙ୍କ ଦୁଇଟି ଗର୍ଭନଳୀ ଥିବା ଜଣା ପଡ଼ିଥିଲା। ତେବେ ମୋନିକାଙ୍କ ପେଟରେ ଯମଜ ସନ୍ତାନ ଥିବା କଥା ପ୍ରଥମେ ଡାକ୍ତର ଭାବିଥିବା ବେଳେ ପରେ ପ୍ରକୃତ କଥା ଜାଣି ପାରିଥିଲେ। ଶିଶୁଟି ନିଜ ଗର୍ଭକୁ ଏକ ଅବିକଶିତ ଭ୍ରୁଣକୁ ଅବଶୋଷିତ କରି ନେଇଥିବା ଜାଣି ପାରିଥିଲେ ଡାକ୍ତର। ଯେତେବେଳେ ଶରୀର ମଧ୍ୟରେ ଗୋଟେ ଭ୍ରୁଣର ବିକାଶ ଗର୍ଭାବସ୍ଥାରେ ବନ୍ଦ ହୋଇ ଯାଇଥାଏ, ସେ ସମୟରେ ଏଭଳି ବିରଳ ଘଟଣା ଘଟିଥାଏ। ବିକଶିତ ଭ୍ରୁଣ ମଧ୍ୟକୁ ଅବିକଶିତ ଭ୍ରୁଣ ପ୍ରବେଶ କରିଯାଇଥାଏ।  ମୋନିକାଙ୍କ ସହ ମଧ୍ୟ ଏଭଳି ଘଟିଥିଲା। ପୂରା ଘଟଣା ଜାଣି ଡାକ୍ତର ତାଙ୍କର ତୁରନ୍ତ ‌ପ୍ରସବ କରାଇବା ବିଷୟରେ ଚିନ୍ତା କରିଥିଲେ। ଶିଶୁଟିର ପେଟରେ ଥିବା ଭ୍ରୁଣ ବଢ଼ି ଶିଶୁର ଅଙ୍ଗକୁ ନଷ୍ଟ କରିଦେବାର ଆଶଙ୍କା ଥିବାରୁ ଡାକ୍ତର ଏଭଳି କରିବା ପାଇଁ କହିଥିଲେ।

ପରେ ଶିଶୁଟି ଜନ୍ମ ହେବାର ୨୪ଘଣ୍ଟା ପରେ ଅସ୍ତ୍ରୋପଚାର କରାଯାଇ ପେଟ ଭିତରେ ଥିବା ଭ୍ରୁଣକୁ କଢ଼ାଯାଇଥିଲା। ଅସ୍ତ୍ରୋପଚାର ସମୟରେ ଭ୍ରୁଣର ମୁସ୍ତିଷ୍କ ବା ହୃଦୟ ବିକଶିତ ହୋଇ ନଥିଲା ବୋଲି କହିଛନ୍ତି ଡାକ୍ତର। ତେବେ ଅସ୍ତ୍ରୋପଚାର ପରେ ଶିଶୁଟି ସୁସ୍ଥ ଥିବା ଜଣା ପଡ଼ିଛି।

By amfnews

Related Post