Sun. Mar 8th, 2026

ଗଞ୍ଜେଇ ବ୍ୟବସାୟୀ ଗିରଫ, ୬ ଲକ୍ଷ ଟଙ୍କା ଜବତ

289 Views

ଭୁବନେଶ୍ୱର, ଡିସେମ୍ବର ୨୧ : ମାଲକାନଗିରି ପୁଲିସ ଗଞ୍ଜେଇ ବ୍ୟବସାୟୀ ରାଜୁ ବୋରାଇକୁ ଗିରଫ କରିଛି। ବାହାର ରାଜ୍ୟର ଗଞ୍ଜେଇ ବ୍ୟବସାୟୀଙ୍କ ସହିତ ରାଜୁର ବ୍ୟବସାୟିକ ସଂପର୍କ ଥିଲା। ମାଲକାନଗିରିର ବିଭିନ୍ନ ଅଂଚଳରେ ହେଉଥିବା ଗଞ୍ଜେଇ ଚାଷକୁ ରାଜୁ ପ୍ରୋତ୍ସାହନ ଯୋଗାଇବା ସହିତ ବାହାର ରାଜ୍ୟକୁ ଚାଲାଣ କରୁଥିଲା।

ଡିଏସ୍‌ପି ଦିଲୀପ ଦାସଙ୍କ ନେତୃତ୍ୱରେ ରାଜୁ ଗିରଫ ହୋଇଛି। ପୁଲିସ ଟିମ୍‌ ସ୍ୱତନ୍ତ୍ର ଚଢ଼ାଉ ବେଳେ ୫ ଲକ୍ଷ ୯୮ ହଜାର ୯୦୦ ଟଙ୍କା ଓ ୧୭,୧୧୮ କେଜି ଗଞ୍ଜେଇ ଜବତ କରିଛି। ଏଥି ସହିତ ପୁଲିସ ଏକ ବୋଲେରୋ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ପରେ ଘଟଣାର ଅଧିକ ତଦନ୍ତ କରୁଛି। ଅନ୍ୟପକ୍ଷରେ ମାଲକାନଗିରି ପୁଲିସ ଅବକାରୀ ବିଭାଗର ସହଯୋଗରେ ୪୫୨ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରିଛି।

By amfnews

Related Post