Mon. Nov 25th, 2024

ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କର ହେବ ସ୍ବାସ୍ଥ୍ୟ ପରୀକ୍ଷା; ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ନେଇ ଜିଲ୍ଲାପାଳଙ୍କ ସୂଚନା

By amfnews Apr 8, 2020 #Featured
80 Views

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ତିନି ଦିନ ମଧ୍ୟରେ ରାଜ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗଞ୍ଜାମ ଜିଲ୍ଲାରେ ୬ ହଜାରରୁ ଅଧିକ ରାଜସ୍ବ ଗ୍ରାମ ଅଛି, ଆଉ ପ୍ରତି ରାଜସ୍ବ ଗ୍ରାମ ପାଇଁ ୫ ଜଣିଆ ଟିମ ଗଠନ କରାଯିବ | ଏହି ଟିମ ରେ ଆଶା, ଅଙ୍ଗନବାଡି କର୍ମୀ, ଜିଆରଏସ, ଶିକ୍ଷକ ଓ ସ୍ୱାସ୍ଥ୍ୟ ସୁପର ଭାଇଜର ରହିବେ | ପ୍ରତି ଘର ପାଇଁ ଏକ ଫର୍ମ ତିଆରି କରାଯିବ |

ଏହି ଟିମ ପ୍ରତି ଘର ବୁଲି ସେମାନଙ୍କ ନାମ, ଠିକଣା ଓ ଯଦି କାହାର ଲକ୍ଷଣ ଅଛି ତେବେ ଫର୍ମରେ ଉଲ୍ଲେଖ କରିବେ | ଯଦି ଏହି ଟିମ ଅନୁଭବ କରିବେ ଯେ କାହାର ଶରୀରରେ ଲକ୍ଷଣ ପ୍ରକାଶ ପାଇଛି ତେବେ ଜିଲ୍ଲା କଣ୍ଟ୍ରୋଲ ରୁମକୁ ଜଣାଇବେ | ଏହା ପରେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ | ବ୍ଲକ ସ୍ତରରେ ବିଡ଼ିଓ, ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ ଏସବୁ ପ୍ରତି ନଜର ରଖିବେ | ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ତିନି ଦିନ ମଧ୍ୟରେ ସରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି | ଏ ନେଇ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଏପରି ନିଷ୍ପତ୍ତି ନିଆଯାଇଛି ।

ଗଞ୍ଜାମ ଜିଲ୍ଳାକୁ ଏହାରି ଭିତରେ ବିଦେଶରୁ ଫେରିଛନ୍ତି ୭୩୦ ଓଡ଼ିଆ  ଏବଂ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦାଦନ ଫେରିଛନ୍ତି । ଏହା ସହିତ ଜିଲ୍ଲା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଫେରିଛନ୍ତି, ଯାହାକୁ ନେଇ ଚିନ୍ତାରେ ଅଛି ପ୍ରଶାସନ । ତେଣୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଳା ପ୍ରଶାସନ ନିଷ୍ପତ୍ତିି ନେଇଛି ।

ପୂର୍ବରୁ ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ କହିଥିଲେ । ବାହାରେ ବୁଲାବୁଲି ନ କରି ଘରେ ହିଁ ରହିବାକୁ ପରାମର୍ଶ ଦେଇଥିଲେ ।

By amfnews

Related Post