86 Views
ଗଜପତି, ଅକ୍ଟୋବର ୧୪: ଗଜପତି ଜିଲ୍ଲା ବାରଘରରେ ପାହାଡ ଧସି ପ୍ରାଣ ହରାଇଥିବା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବାବେଳେ ୩ ଜଣ ଏବେ ସୁଧା ନିଖୋଜ ଅଛନ୍ତି ।
ଆଜି ବାରଘରରେ ମୃତକଙ୍କର ଶବ ସତ୍କାର ହେବ । ଗତକାଲି ପୋଲିସ ସମସ୍ତ ମୃତକଙ୍କୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ କରିଥିଲା ଏନେଇ ଗଜପତି ଜିଲ୍ଲା ଏସପି ଅମୂଲ୍ୟ ଦାସ ସୂଚନା ଦେଇଛନ୍ତି ।
ଦୀର୍ଘ ୫ ଦିନ ପରେ ମଧ୍ୟ ଗଜପତି ଜିଲ୍ଲାରେ ତିତଲିର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ରାଜସ୍ୱ ମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ପରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇ ବାତ୍ୟା ପାଇଁ ଗତ ୧୦ ତାରିଖରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିବା କହିଛନ୍ତି । ତେବେ ଆଜି ସଂଧ୍ୟା ସୁଦ୍ଧା ପାରଳାଖେମୁଣ୍ଡିରେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।