249 Views
ପ୍ରୟାଗରାଜ, ଜାନୁଆରୀ ୧୫: ଉତ୍ତରପ୍ରଦେଶର ପବିତ୍ରପ୍ରାୟାଗରାଜ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କୁମ୍ଭ ମେଳା। ଲକ୍ଷଲକ୍ଷ ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ପବିତ୍ର ବୁଡ଼ ପକାଇବା ସହିତ ଆନୁଷ୍ଠାନିକଭାବେ କୁମ୍ଭ ମେଳା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ କୁମ୍ଭମେଳା ହେଉଛି ବିଶ୍ୱର ସବୁଠାରୁ ବଡ଼ ମେଳା। ଏହି ମେଳାରେ ଚଳିତ ବର୍ଷ ଆନୁମାନିକ ୧୩ କୋଟିରୁ ଅଧିକ ଲୋକ ଭାଗ ନେବେ ବୋଲି ଆକଳନ କରାଯାଉଛିି। କୁମ୍ଭ ମେଳାକୁ ଆଖିଆଗରେ ରଖି ରେଳବାଇ ପକ୍ଷରୁ ଅତିରିକ୍ତ ୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛିି। ମେଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୨ ହଜାର ପାଇଖାନା ନିର୍ମାଣ କରାଯାଇଥିବା ଜଣାଯାଇଛିି।