299 Views

ନୂଆଦିଲ୍ଲୀ, ଅକ୍ଟୋବର ୧୧: କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ ଗଙ୍ଗା ଏବଂ ଯମୁନା ସଫେଇ ଅଭିଯାନ ଶେଷ ହେବା ପରେ ଦେଶରେ ଥିବା ଅନ୍ୟ ନଦୀ ମଧ୍ୟ ‘ମି ଠୁ’ ଆହ୍ୱାନ କରିବେ । ନଦୀ ଏବଂ ମହିଳାମନେ ଆଗକୁ ବଢିବାରେ କିଛି ପ୍ରତିବନ୍ଧକ ନ ରହିବା ଦରକାର ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ‘ମି ଠୁ’ ଆନ୍ଦୋଳନ ଯୌନ ନିର୍ଯ୍ୟାତନା ବିରୋଧରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଏକ କ୍ୟାମ୍ପେନ । ଦେଶର ବିଭିନ୍ନ ଅଂଚଳରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଏହି ପ୍ରସଙ୍ଗରେ ସାମନାକୁ ଆସିବାରେ ଲାଗିଛି ।
ଗଙ୍ଗା ପାଇଁ ନ୍ୟୁନତମ ପ୍ରବାହ, ଯାହାକୁ ପ୍ରବାହିତ ହେବା ସମୟରେ ରାସ୍ତାରେ ଅନେକ ସ୍ଥାନରେ ରଖାଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି । ଆଜି ସୁଧା ଦେଶର ନଦୀର ସମସ୍ୟାକୁ କେହି ବୁଝି ପାରୁନାହାନ୍ତି । ନଦୀକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା ଜରୁରୀ । ଏହା ଗଙ୍ଗା ଏବଂ ଯମୁନାରୁ ଆରମ୍ଭ ହୋଇଛି । ଯାହା ଦେଶ ବିଦେଶର ଅନ୍ୟ ନଦୀକୁ ବ୍ୟାପିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ବର୍ତମାନ ସମସ୍ତ ନଦୀ ‘ମି ଠୁ’ କହିବାରେ ଲାଗିଛନ୍ତି । ଏଥିପାଇଁ ଅଧିସୂଚନା ଜାରି ହେବା ଆବଶ୍ୟକ । ନଦୀକୁ ସଫା ରଖିବା ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ