Mon. Dec 23rd, 2024

ଖୋଲୁଛି ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ଗୁମର, ଡ୍ରାଇଭରଙ୍କୁ ଜେରା

By amfnews Dec 1, 2020 #Featured
148 Views

ଭୁବନେଶ୍ୱର, ଡିସେମ୍ବର 01: ଓଡିଶାର ବଡ ଦୁର୍ନୀତିରେ  ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ଜାରି ରହିଛି  ।  ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟକାନ୍ତ ପାଠକଙ୍କ ଡ୍ରାଇଭର । କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ଭିଜିଲାନ୍ସରେ ହାଜର ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ପଚରାଉଚରା କରିବେ ତଦନ୍ତକାରୀ ଟିମ୍ ।

ପୂର୍ବରୁ ଅଭୟକାନ୍ତ ପାଠଙ୍କ ଘରେ ରେଡ ବେଳେ ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି। ଉଭୟ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି। କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଆସନ୍ତା ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଡ୍ରାଇଭରକୁ କାଲି ହାଜର ପାଇଁ କଲ୍ କରିଥିଲା ଏସଆଇଟି । ଡ୍ରାଇଭରକୁ ଜେରା ସମୟରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା ରହିଛି । ଅନ୍ୟପଟେ ଏହି ମାମଲା ସହ ସମୃକ୍ତ ୫ ବ୍ୟାଙ୍କ ର୍କମଚାରୀ ମଧ୍ୟ ଭିଜିଲାନ୍ସରେ ହାଜର ହୋଇଛନ୍ତି ।

By amfnews

Related Post