Sun. Mar 8th, 2026

ଖୋର୍ଦ୍ଧା ଜିଲ୍ଲାରେ ଅନ୍ନପୂର୍ଣ୍ଣା ଯୋଜନା ପ୍ରହତ୍ସନ : ଚାଉଳ ମୁଠାଏରୁ ବଞ୍ଚିତ ବୟସ୍କା ମହିଳା

216 Views

ବେଗୁନିଆ : ସରକାର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ପ୍ରତ୍ୟହ ମାଳ ମାଳ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ତଳ ସ୍ତରରେ ଏହି ଯୋଜନାକୁ ଆନ୍ତରିକତାର ସହ କେତେ କାର୍ଯ୍ୟକାରୀ ହେଉଛି, ତାହା ଦେଖିବାକୁ କେହି ନାହିଁ। ବେଗୁନିଆ ବ୍ଲକ୍‌ ବାଘମାରୀ ଗ୍ରାମ ତଳ ସାହିର ସ୍ବର୍ଗତ ପରମାନନ୍ଦ ପଣ୍ତାଙ୍କ ପତ୍ନୀ ନୀଳମଣି ପଣ୍ତା(୭୦) ସ୍ବାମୀଙ୍କ ମୃତ୍ୟୁ ପରେ ଆର୍ଥିକ ସମ୍ବଳ ଅଭାବ ହେତୁ ଅର୍ଦ୍ଧାହାରରେ ରହୁଛନ୍ତି। ଗତ ୫ତାରିଖ ଜାନୁଆରି ମାସରେ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେହିଦିନ ଓଆର୍‌- ୧୦୭/ଇ/୨୦୨୦/୦୦୦୦୨ ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଚିଠି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ନିର୍ଦ୍ଦେଶ ଆସିଥିଲା। କିନ୍ତୁ ଇତି ମଧ୍ୟରେ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କ ଦୁଃଖ କେହି ନ ବୁଝିବାରୁ ନୀଳମଣି ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କିଗ୍ରା ଚାଉଳ ପାଇବା ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ବିଡିଓଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। ନୀଳମଣିଙ୍କୁ ଗାଁ’ର ରଘୁନାଥ ବେହେରା ନାମକ ବ୍ୟକ୍ତି ନିଜ ଘରୁ ଖାଇବା ପିଇବା ଦେଇ ତାଙ୍କର ଜୀବନ ବଞ୍ଚାଇଛନ୍ତି । ଶ୍ରୀ ବେହେରା ନୀଳମଣିଙ୍କୁ ସାଙ୍ଗରେ ଧରି ବେଗୁନିଆ ବିଡିଓ ରଶ୍ମିରେଖା ଦାସଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ଯୋଗାଇ ଦେବା ପାଇଁ ଆସିଥିବା ବେଳେ ବିଡିଓ ବିଡିଓ ଏହାକୁ ଗୁରୁତ୍ବ ଦେଇ ନ ଥିଲେ। ତେବେ ସାମ୍ବାଦିକମାନଙ୍କ ହସ୍ତକ୍ଷେପ ପରେ ଜଣେ କର୍ମଚାରୀଙ୍କୁ ଆବେଦନ ଦେଇ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅସହାୟ ମହିଳା ଜଣକ ଏଣେତେଣେ ବୁଲି କାହାକୁ ନପାଇ ଭୋକ ଉପାସରେ ବ୍ଲକ୍‌ରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।

By amfnews

Related Post