Tue. Mar 10th, 2026

କୋଲକାତା ପରେ ଦିଲ୍ଲୀ ଏମସର ଡାକ୍ତର ରୋଗୀଙ୍କ ଧମକର ଶିକାର

202 Views

ନୂଆଦିଲ୍ଲୀ : କୋଲକାତାର ନୀଲ ରତନ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ନେଇ ସାରା ଦେଶରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ(ଆଇଏମ୍‌ଏ) ଆଜି ୨୪ ଘଣ୍ଟିଆ ଆନ୍ଦୋଳନ କରୁଛନ୍ତି। ଇତିମଧ୍ୟରେ  ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଆକ୍ରମଣର ଶିକାର ହୋଇଥିବା ସୂଚନା ରହିଛି।

ଗତକାଲି ରାତିରେ ଡାକ୍ତର ଓ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ମାଡ଼ ପିଟ୍ ହୋଇଥିବା ଜଣାପଡ଼ିଛି। ଏହାପରେ ଆଇଏମଏର ଆନ୍ଦୋଳନରେ ଏମ୍ସ ଡାକ୍ତରମାନେ ସାମିଲ ହୋଇଛନ୍ତି। ପ୍ରଥମେ ଏମ୍ସ ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ମଧ୍ୟ ଧାରଣା ଦେବେ ନାହିଁ ବୋଲି କହିଥିଲେ।

ଗତକାଲି ଦିଲ୍ଲୀ ଏମ୍ସକୁ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିବା ଜଣେ ରୋଗୀ ଆସିଥିଲେ। ଗୁରୁତର ଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବା ଡାକ୍ତର ଜଣଙ୍କ ରୋଗୀଙ୍କ ସମ୍ପର୍କୀୟଙ୍କୁ କହିଥିଲେ। ହେଲେ ରୋଗୀଙ୍କ ସମ୍ପର୍କୀୟ ଜଣଙ୍କ ଡାକ୍ତରଙ୍କ ଉପରେ ଚିଡ଼ି ଯାଇ କହିଥିଲେ ‘ରୋଗୀକୁ ନ ଦେଖି ଏପରି କଣ କହୁଛ, ଯଦି ରୋଗୀର କିଛି ହୁଏ ତା’ହେଲେ ମୁଁ ଆପଣଙ୍କୁ ମାରିଦେବି’। ଏମିତିକି ରୋଗୀଙ୍କ ସମ୍ପର୍କୀୟ ଜଣଙ୍କ ମଦ ପିଇ ହସ୍ପିଟାଲକୁ ଆସିଥିବା ରେସିଡେଣ୍ଟ ଡାକ୍ତର ସଂଘର ସଭାପତି ଡକ୍ଚର ଅମରିନ୍ଦର ସିଂହ ମଲହି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।

ଏହାପରେ ଧମକର ଶିକାର ହୋଇଥିବା ଡାକ୍ତର ଜଣଙ୍କ ଥାନାରେ ଏତଲା ଦେଇଥିଲେ। ଏହାପରେ ଡାକ୍ତରମାନେ ସାଧାରଣ ବୈଠକ ଡ଼ାକି ଆଇଏମଏର ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି।

 

By amfnews

Related Post