Sat. Jan 11th, 2025

କୋର୍ଟ ପରିସରରେ ଉକ୍ରଳ ଗୌରବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

By amfnews Dec 10, 2018 #Featured
132 Views

ରାଉରକେଲା, ୧୦ା୧୨  : ରାଉରକେଲା କୋର୍ଟ ପରିସରରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ଓଡିଶା ଉଚ୍ଚନ୍ୟାୟାଳୟର ପ୍ରାକ୍ତନ ବିଚାରପତି ତଥା ମାନବିକ ଅଧିକାର କମିଶନର ପ୍ରାକ୍ତ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର । ଅତିରିକ୍ତ ଜିଲା ଦୌରାଜଜ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉତ୍ସବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜଷ୍ଟିସ୍ ମିଶ୍ର କହିଲେ ଯେ, ସାଧାରଣ ଲୋକଙ୍କୁ ମାଗଣାରେ ଆଇନ୍ର ସେବା ପ୍ରଦାନ କରି ମଧୁବାବୁ ଉଦାହରଣ ସୃଷ୍ଟି କରିଥିଲେ ।

ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ମଧୁବାବୁଙ୍କ ଓକିଲାତି ତାଙ୍କୁ ଚିରସ୍ମରଣୀୟ କରି ରଖିଛି । ମଧୁବାବୁଙ୍କ ଭଳି ସାଧାରଣ ଲୋକଙ୍କୁ ଆଇନ୍ ସେବା ଯୋଗାଇ ପାଇଁ ସେ ପରାମର୍ଶ ଦେଇଥିଲେ । ଓକିଲ ଓ ବିଚାରପତି ହେଉଛନ୍ତି ବିଚାର ବ୍ୟବସ୍ଥାର ଅଭିନ୍ନ ଅଙ୍ଗ । ଲୋକଙ୍କ ନିକଟରେ ଆଇନ୍ ସେବାର ସୁଫଳ ପହଞ୍ôଚବାକୁ ହେଲେ ବାର୍ ଓ ବେଞ୍ଚ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବା ଜରୁରୀ । ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦିଆଗଲେ ସାଧାରଣ ଲୋକେ ନ୍ୟାୟିକ ବ୍ୟବସ୍ଥାର ଉପଯୁକ୍ତ ସୁଫଳ ପାଇପାରିବେ ।

ସମ୍ମାନିତ ଅତିଥି ଅତିରିକ୍ତ ଜିଲା ଦୌରାଜଜ ରବୀନ୍ଦ୍ର କୁମାର ଦାସ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରର କେତେକ ସ୍ମରଣୀୟ ମୁହୂର୍ତ୍ତର ସ୍ମୃତିଚାରଣ କରିଥିଲେ । ମଧୁବାବୁଙ୍କ ଜୀବନର ପ୍ରତିଟି ଦିଗ ଅନ୍ୟ ପାଇଁ କାର୍ଯ୍ୟ କରିବାର ପ୍ରେରଣା ଯୋଗାଇ ଥାଏ । ଆଇନ୍ଜୀବୀଙ୍କ ପାଇଁ ସେ ହେଉଛନ୍ତି ପ୍ରତୀକ । ତାଙ୍କ ଜୀବନ ଦର୍ଶନ ପ୍ରତ୍ୟେକ ଆଇନ୍ଜୀବୀଙ୍କ କାର୍ଯ୍ୟ ପ୍ରଣାଳୀକୁ ଉଦ୍ବୁଦ୍ଧ କରିଥାଏ ।

ସିଜିଏମ୍ ନରେଶ ମହାନ୍ତି, ଏସ୍ଡିଜେଏମ୍ ଅଭୟ ଦାସ, ଜେଏମ୍ଏଫ୍ଫି ସ୍ୱପ୍ନା ସାଗରିକା ମିଶ୍ର ପ୍ରତିମୂର୍ତ୍ତି କମିଟି ଆବାହକ ତଥା ବରିଷ୍ଠ ଆଇନ୍ଜୀବୀ ପ୍ରତାପ ଶେଖର ନାୟକ, ଯୁଗ୍ମ ଆବାହକ ସୁବାଷ ଚନ୍ଦ୍ର ଅଗ୍ରୱାଲ, ନବନିଯୁକ୍ତ ନିର୍ବାଚନ ଅଧିକାରୀ ଏମ୍ଡି ରଫିକ, ବରିଷ୍ଠ ଆଇନ୍ଜୀବୀ ଦେବେନ୍ଦ୍ରନାଥ ପଣ୍ଡା, କୈଳାସ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ବଳ, ରାମ ପଟ୍ଟନାୟକ, କେ.କେ. ପଣ୍ଡା, ରାମକ୍ରିଷ୍ଣ ମିଶ୍ର, ଅଶେଷ ମଣ୍ଡଳ, ଅନସୂୟା ପଣ୍ଡା, ପବିତ୍ର କୁମାର ଜେନା ପ୍ରମୁଖ ମଧୁବାବୁଙ୍କ ବ୍ୟକ୍ତିତ୍ୱ ଓ ଜୀବନର ବିବିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ ସଭାପତି ସତ୍ୟପଦ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅକ୍ଷୟ ସାହୁ ମଧୁବାବୁଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପ୍ରତିମୂର୍ତ୍ତି କମିଟି ଯୁଗ୍ମ ଆବାହକ ସୁବାଷ ଚନ୍ଦ୍ର ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ସୁଧାକର ବସନ୍ତ, ଅଭିନେତା ପିଣ୍ଟୁ ନନ୍ଦ, ରାଉରକେଲାର ପ୍ରସିଦ୍ଧ କଳାକାର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ।

By amfnews

Related Post