Sat. Mar 7th, 2026

କୋରାପୁଟ: ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ରଂଜିତ ବାଗ୍‌ ଆହତ

368 Views

ଜୟପୁର: କୁଖ୍ୟାତ ଅପରାଧୀ ରଂଜିତ ବାଗ୍‌ ଶନିବାର ସନ୍ଧ୍ୟାରେ ଏନ୍‌କାଉଣ୍ଟରରେ ଆହତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ପାଓ୍ଵାରଛକ ନିକଟରେ ପହଂଚି ଏନ୍‌କାଉଣ୍ଟର କରିଥିଲା। ପୁଲିସକୁ ଦେଖି ରଂଜିତ ମଧ୍ୟ ଗୁଳି କରିଥିଲା।

ରଂଜିତ ନାଁରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିଲା। ପୁଲିସ ଘଟଣାସ୍ଥଳରୁ ଗୁଳି,  ମୋବାଇଲ, ୫ ହଜାର ଟଙ୍କା ନଗଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ରଂଜିତର ଗୁଳିରେ ଜଣେ ହାବିଲଦାର ଆହତ ହୋଇଥିବା ସୂଚନା ମିଳିଛି। ଜୟପୁର ଟାଉନ୍‌ ପୁଲିସ କୁଖ୍ୟାତ ଅପରାଧୀ ରଂଜିତଙ୍କୁ ବହୁ ଦିନରୁ ଖୋଜୁଥିଲ। ଆଜି ଅଚାନକ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଂଚି ଏନ୍‌କାଉଣ୍ଟର କରିଥିଲା ଆହତ ରଂଜିତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post