Mon. Dec 23rd, 2024

କୋଭିଡ-୧୯: ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭାରତରୁ ୪୦ ପ୍ରତିଶତ

By amfnews Sep 8, 2020 #Featured
170 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮ : ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରବିବାର ବିଶ୍ୱବ୍ୟାପୀ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭାରତରୁ କେବଳ ୪୦ ପ୍ରତିଶତ ଆକ୍ରାନ୍ତ ଅଛନ୍ତି । ଆମେରିକା ଓ ବ୍ରାଜିଲରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଭାରତ ଅପେକ୍ଷା କମ । ଶନିବାର ଦିନ ମଧ୍ୟ ଏଭଳି ଅବସ୍ଥା ଥିଲା ।

ମାତ୍ର ଏସବୁ ପରେ ବି ସୋମବାର ଆଶ୍ୱସ୍ତିମୂଳକ ଖବର ଆସିଛି । ଦେଶରେ ସୋମବାର ମୋଟ ୭୪ ହଜାର ୯୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ମୃତକଙ୍କ ସଂଖ୍ୟା ହେଉଛି ୧୧୨୫ ଜଣ । ଏହା ଦିନକରେ ମୃତ୍ୟୁ ହୋଇଥିବା ସର୍ବାଧିକ । ଦେଶରେ କରୋନା ଭାଇରସ ଯୋଗୁଁ ୭୨ ହଜାର ୭୨୫ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ଭାରତରେ ୯୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶନିବାର ମଧ୍ୟ ଏଭଳି ସ୍ଥିତି ଥିଲା । ଏହାର ଅର୍ଥ ଭାରତରେ ଶନିବାର ଓ ରବିବାର ୧ ଲକ୍ଷ ୮୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୱାଲ୍ଡୋମିଟର ୱେବସାଇଟ ଅନୁସାରେ ଗତ ସପ୍ତାହରେ ଆମେରିକାରେ କରୋନାର ମୋଟ ୭୩ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଥିଲେ । ବ୍ରାଜିଲରେ ଏହା ୪୫ ହଜାର ୮୦୫ ଥିଲା । ଉଭୟ ଦେଶରେ ପୂରା ସପ୍ତାହରେ ୧.୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

By amfnews

Related Post