Tue. Mar 10th, 2026

କେରଳରେ ବର୍ଷା ନେଇ ରେଡ ଆଲର୍ଟ ଜାରି

216 Views

ନୂଆଦିଲ୍ଲୀ   :    ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ସଙ୍ଗୀନ ହେବାରେ ଲାଗିଛି। ବିହାରରେ ଏଯାବତ ବନ୍ୟା ଜନିତ ୩୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଟି ଜିଲ୍ଲାରେ ୨୫.୭୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ୫ଟି ନଦୀ  ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ୧୩ ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ଟିମ୍‌ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟରେ ୪୫,୦୫୩ ଲୋକଙ୍କ ପାଇଁ ୧୨୫ ରିଲିଫ୍‌ ଶିବିର ଖୋଲିଛି।

ସେହିପରି ଆସାମରେ ୩୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଯେଉଁଥିରେ ୧୭ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୪୫ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।

ମଙ୍ଗଳବାର ଜାରି ରହିଥିବା ବର୍ଷା ହେତୁ ଆସାମ ଓ ବିହାରରେ ମୃତ୍ୟୁ ସଂଖ୍ୟା ୫୫ରେ ପହଞ୍ଚିଛି। ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ହେତୁ ଉତ୍ତରପ୍ରଦେଶରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। କେରଳରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିବା ପରେ ରେଡ ଆଲର୍ଟ ଜାରି କରାଯାଇଛ। ୨୪ଘଣ୍ଟା ଭିତରେ ୬ଟି ଜିଲ୍ଲାରେ ୨୦୪ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଥିବା କଥା କୁହାଯାଉଛି।

By amfnews

Related Post