Sun. Mar 8th, 2026

କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ଆଇନଜୀବୀଙ୍କ ପକ୍ଷରୁ ସହାୟତା

217 Views

ରାଉରକେଲା, ୨୩ା୯ : କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ରାଉରକେଲା ଆଇନ୍ଜୀବୀଙ୍କ ପକ୍ଷରୁ ୧୮ ହଜାର ୭ଶହ ଟଙ୍କା ରାଉରକେଲା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କ ରିଲିଫ୍ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହି ସହାୟତା ରାଶି କେରଳର ବନ୍ୟା ପ୍ରପୀଡିତ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅସହାୟ ଜନସାଧାରଣଙ୍କ ପାଇଁ କିଛିମାତ୍ରାରେ ସହାୟକ ହୋଇପାରିବ ବୋଲି ଆଇନ୍ଜୀବୀମାନେ ଆଶାପୋଷଣ କରିଛନ୍ତି ।

ସହାୟତା ପ୍ରଦାନ ଆଇନ୍ଜୀବୀଙ୍କ ମଧ୍ୟରେ ବରିଷ୍ଠ ଆଇନ୍ଜୀବୀ ରବୀନ୍ଦ୍ରନାଥ ସେନାପତି, ସୁଦାମ ଚନ୍ଦ୍ର ଦାଶ, ସନ୍ତୋଷ କୁମାର ନାୟକ, ଅଞ୍ଜନ ବାରିକ, ବିଜୟ କୁମାର ଦାଶ, ଅଜୟ କୁମାର ପ୍ରଧାନ, ଅଶେଷ କୁମାର ମଣ୍ଡଳ, ଦିଲ୍ଲୀପ କୁମାର ମୁର୍ମୁ, ଶୈବାଳ ସେନ, ଦୀନବନ୍ଧୁ ଭୋଳ, ଗୋବିନ୍ଦ ତନ୍ତୀ, ନାରାୟଣ ପ୍ରଧାନ, ନିରଞ୍ଜନ ମହନ୍ତ, ଜେ. ସୁନାନୀ, ପ୍ରଭାତ କୁମାର ପରିଡା, ସୁରେଶ ମାଝି, ସତ୍ୟ ମହାପାତ୍ର, ୱାଇ. ନବି, ପଦ୍ମିନୀ ଦାଶ, ଅନନ୍ତ ନାରାୟଣ ସାହୁ, ଅବନୀ ପ୍ରଧାନ, ଏମ୍.ଏସ୍. ପୁରଣ, ଦେବାନନ୍ଦ ତନ୍ତୀ, ବିଜୟ ପଟ୍ଟନାୟକ, ସୁଶୀଲ କୁମାର ଜେନା, ଆନନ୍ଦ ଅଗ୍ରୱାଲ, ସ୍ୱରୂପ ମିଶ୍ର, ଉଦୟ ଲାକ୍ରା, ପ୍ରଦୀପ କୁମାର ଜେନା, ବିଶ୍ୱଜିତ ମହାନ୍ତି, ନିରଞ୍ଜନ ସୂତାର, ଶଶିକାନ୍ତ ନାୟକ, ଶରତ ଦାଶ, ରେଣୁ ତୁର୍କୀ, କବିନ୍ଦର ସିଂ, କେ. ରବି ପ୍ରମୁଖ ସହୃଦୟତା ସହ କେରଳ ବନ୍ୟା ପ୍ରପୀଡିତଙ୍କ ସହାୟତା ରାଶି ପ୍ରଦାନ କରିଛନ୍ତି ।

By amfnews

Related Post