Sat. Mar 7th, 2026

କେନ୍ଦ୍ର ସରକାର ଗଠନ କଲେ #ମିଠୁ ପାନେଲ୍‌: ସଦସ୍ୟ ରହିଲେ ପ୍ରଭାବଶାଳୀ ମନ୍ତ୍ରୀ

425 Views

ବର୍ତ୍ତମାନ ଭାରତରେ #ମିଠୁ ଅଭିଯାନ କ୍ରମରେ ମହିଳାମାନେ ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନର ଘଟଣା ସାମ୍ନାକୁ ଆଣିଛନ୍ତି। ଏଥିରେ ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସୁଛି। ଏପରି ଏକ ଅଭିଯୋଗର ଶିକାର ହୋଇ ପଦ ହରାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍‌.ଜେ ଆକବର୍‌। ଜଣାଶୁଣା ମହିଳା ସାମ୍ବାଦିକା ପ୍ରିୟା ଆକବର୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ।

ମହିଳାଙ୍କ ପ୍ରତି ବଢୁଥିବା ଯୌନ ଉତ୍ପୀଡ଼ନ ଘଟଣାର ମୁକାବିଲା ଲାଗି ଗତ ମାସରେ କେନ୍ଦ୍ର ସରକାର ଯୌନ ଉତ୍ପୀଡ଼ନ ରେଜିଷ୍ଟ୍ରି ଆରମ୍ଭ କରିଛନ୍ତି। ଏଥିସହ କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲାଗି ଏକ ଇଲେକ୍‌ଟ୍ରୋନିକ୍‌ କମ୍ପ୍ଲେଣ୍ଟ୍‌ ବକ୍ସ ଜାରି କରାଯାଇଛି।

By amfnews

Related Post