Thu. Nov 28th, 2024

କେଜ୍ରିୱାଲ ସରକାରଙ୍କ ନିର୍ଦ୍ଦେଶ, ଗଣମାଧ୍ୟମ ସହ କଥା ହେବେ ନାହିଁ କୌଣସୀ ଅଧିକାରୀ

By amfnews Jul 11, 2019 #Featured
110 Views

ନୂଆଦିଲ୍ଲୀ, ଜୁଲାଇ ୧୧ : ଦିଲ୍ଲୀ ସରକାର ସରକାରୀ ଅଧିକାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସୀ ସରକାରୀ ଅଧିକାରୀ ଗଣମାଧ୍ୟମକୁ କିଛି କହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେମାନଙ୍କୁ ଫେସବୁକ, ଟ୍ୱିଟର ଭଳି ସୋସିଆଲ ମିଡିଆରେ ମଧ୍ୟ କୌଣସୀ ତଥ୍ୟ ନଦେବାକୁ କୁହାଯାଇଛି ।

ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୧୯୬୪ ଅଧିନିୟମ ଅନୁସାରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । କୌଣସୀ ତଥ୍ୟ ଆଦାନପ୍ରଦାନ କରିବା ପୂର୍ବରୁ ଉପରସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ପଡିବ । ସୋସିଆଲ ସାଇଟରେ କିଛି କହିବା ପୂର୍ବରୁ ନିୟମକୁ ଧ୍ୟାନରେ ରଖିବାକୁ ହେବ । ଯଦି ଏହାର କେହି ଉଲଙ୍ଘନ କରେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀଙ୍କୁ କଡା ଚେତବନୀ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ମାମଲାକୁ ନେଇ ଗତ ଶନିବାର ଦିନ ଦିଲ୍ଲୀ ଲୋକପାଳ ଅନିଲ ବୈଜଲ ଏବଂ ମୁଖ୍ୟ ସଚିବ ବିଜୟ ଦେବଙ୍କ ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ପରେ ବିଭିନ୍ନ ଭ୍ରଷ୍ଟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ କଥା କାହିଁକି ମନେ ପଡିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

By amfnews

Related Post