Sat. Mar 7th, 2026

କୁଲ୍‌ଗାମ୍‌ ଜିଲ୍ଲାରେ ତୁଷାର ସ୍ଖଳନ: ପୋଷ୍ଟ୍‍ରେ ପୋତି ହୋଇ ପଡ଼ିଛନ୍ତି ୧୦ ପୁଲିସ

265 Views

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରେ କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥସ୍ଥିତ ଜବାହର ଟନେଲ୍‌ ନିକଟରେ ତୁଷାର ସ୍ଖଳନ ହେବା ଯୋଗୁଁ ସେଠାରେ ଥିବା ଏକ ପୋଲିସ୍‌ ପୋଷ୍ଟ୍‍ ମଧ୍ୟରେ ଅନ୍ୟୂନ ୧୦ ଜଣ ପୁଲିସ ଅଟକି ରହିଥିବା ଆଶଙ୍କା କରାଯାଉଛି।

ପୁଲିସ କହିବା ଅନୁସାରେ ଜବାହର ସୁଡ଼ଙ୍ଗର କାଜିଗଣ୍ଡ ପଟେ ତୁଷାର ସ୍ଖଳନ ହୋଇଛି।

ସୁଡ଼ଙ୍ଗ ନିକଟରେ ଥିବା ପୋଷ୍ଟ୍‍ରେ ସ୍ଥାନୀତ ହୋଇଥିବା ୧୦ ଜଣ ପୁଲିସ ନିରାପଦ ଥିବା ବେଳେ ଅନ୍ୟ ୧୦ ଜଣ ଅଟକି ରହିଛନ୍ତି ବୋଲି ଜଣାପଡ଼ିଛି। ତୁଷାର ସ୍ଖଳନ ଯୋଗୁଁ ପୁଲିସ ପୋଷ୍ଟ୍‍ଟି ସମ୍ପୂର୍ଣ୍ଣ ପୋତି ହୋଇ ପଡ଼ିଛି।

ଘଟନାସ୍ଥଳରେ ପୁଲିସ ଟିମ୍‌ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଅଳ୍ପ କିଛି ସପ୍ତାହ ପରେ ଏହା ହେଉଛି ଜବାହର ସୁଡ଼ଙ୍ଗରେ ତୁଷାର ସ୍ଖଳନ ହେବାର ଦ୍ୱିତୀୟ ଘଟନା।

ବୁଧବାର ଅପରାହ୍ଣ ଠାରୁ କଶ୍ମୀର ଉପତ୍ୟକାରେ ପ୍ରବଳରୁ ମଧ୍ୟମ ଧରଣର ତୁଷାର ସ୍ଖଳନ ହେଉଛି। କୁଲ୍‌ଗାମ୍‌ର ଉପର ଭାଗରେ ୪ ରୁ ୫ ଫୁଟ୍‌ ବହଳର ତୁଷାରପାତ ହେଉଥିବା ଜଣାପଡ଼ିଛି।

By amfnews

Related Post