Sun. Mar 8th, 2026

କୁକୁରଙ୍କୁ ଡରି ଲୁଚିଥିଲେ, ଲୋକଙ୍କ ମାଡ଼ରେ ଚାଲିଗଲା ଜୀବନ

202 Views

ବାରାବାଙ୍କି : ଉତ୍ତର ପ୍ରଦେଶର ବାରାବାଙ୍କି ଠାରେ ଏକ ଦୁଃଖଦାୟକ ଘଟଣା ଘଟିଛି। ଜଣେ ବ୍ୟକ୍ତି ବୁଲା କୁକୁରଙ୍କୁ ଡରି ନିକଟସ୍ଥ ଏକ ଘର ପଛପଟେ ଲୁଚିଥିଲେ। ହେଲେ ଲୋକମାନେ ତାଙ୍କୁ ଚୋର ଭାବି ଆକ୍ରମଣ କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୨୮ ବର୍ଷୀୟ ସୁଜିତ କୁମାର ଗୁରୁବାର ତାଙ୍କ ଶ୍ଵଶୁର ଘରକୁ ଯାଇଥିଲେ। ରାତି ହୋଇଯାଇଥିବାରୁ ରାଘବପୁରୱା ଗାଁରେ ଥିବା ବୁଲା କୁକୁର ଗୁଡ଼ିକ ତାଙ୍କୁ ଦେଖି ଭୁକିବା ସହ କାମୁଡ଼ିବାକୁ
ଗୋଡ଼ାଇଥିଲେ। ହିଂସ୍ର କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ସେ ନିକଟସ୍ଥ ଏକ ଘର ପଛପଟେ ଲୁଚି ଯାଇଥିଲେ। ହେଲେ ସ୍ଥାନୀୟ ଲୋକମାନେ ସୁଜିତଙ୍କୁ ଚୋର ବୋଲି ସନ୍ଦେହ କରି ପ୍ରଥମେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଶେଷରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଶରୀରର ୪୦% ଅଂଶ ପୋଡ଼ି ଯାଇଥିଲା। ପୁଲିସ୍‌ ତାଙ୍କୁ ଲକ୍ଷ୍ନୌର ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଆଜି ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।

By amfnews

Related Post