180 Views
ନୟାଗଡ଼ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଗତକାଲି ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ହେଲେ ଗତକାଲି ଅପରାହ୍ଣରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସମେତ ଇଟାମାଟି ଓ ବିଜିପୁରରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା।
ଏହି ସବୁ ଅଞ୍ଚଳରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା। ପବନରେ ଅନେକ ଗଛ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ପୋଲ ଦୋହଲି ଯାଇଛି।