Sun. May 25th, 2025

କାଲିଠୁ ଧର୍ମଘଟରେ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ, ଠପ୍ ହେବ ବ୍ୟାଙ୍କିଙ୍ଗ ସେବା

By amfnews May 29, 2018 #Featured
409 Views

ନୂଆଦିଲ୍ଲୀ,ମେ୨୯: ବେତନ ବୃଦ୍ଧି ପ୍ରସଙ୍ଗକୁ ନେଇ ବ୍ୟାଙ୍କ  ୟୁନିୟନ ଓ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ(ଆଇବିଏ) ମଧ୍ୟରେ ସହମତି ନହେବାରୁ ୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ମେ ୩୦ରୁ ହଡ଼ତାଳ କରୁଛନ୍ତି।  ଏହି ହଡ଼ତାଳ ଦୁଇ ଦିନ ଧରି ଚାଲିବ। ଏଥିରେ ବ୍ୟାଙ୍କିଂ ସେବା ଠପ ହୋଇଯିବ। ଏହା ଦ୍ଵାରା ଲୋକଙ୍କ ବ୍ୟାଙ୍କିଙ୍ଗ ସମ୍ବନ୍ଧିତ କାର୍ୟ୍ୟ ପ୍ରଭାବିତ ହେବ।

ନେଟବ୍ୟାଙ୍କିଙ୍ଗ ଉପରେ ପଡ଼ିବ ପ୍ରଭାବ

ଯଦି ଆପଣ ନେଟ୍ ବ୍ୟାଙ୍କିଙ୍ଗ, ଆରଟିଜିସିଏ, ଏନଇଏଫଟି ବ୍ୟବହାର କରୁଛନ୍ତି ତେବେ  ଏହି ସେବା ମିଳିବ ନାହିଁ।  ଏହା ଦ୍ଵାରା ନେଟବ୍ୟାଙ୍କିଙ୍ଗ୍ କରୁଥିବା ଲୋକଙ୍କୁ ହଇରାଣ ହେବାକୁ ପଡ଼ିପାରେ।  ଏହା ବ୍ୟତୀତ ଏଟିଏମରେ କ୍ୟାସ୍ ମିଳିବାରେ ମଧ୍ୟ ସମସ୍ୟା ଉପୁଜିପାରେ। କେବଳ ଏତିକି ନୁହେଁ ଅାପଣଙ୍କୁ ଦରମା ମିଳିବାରେ ମଧ୍ୟ ବିଳମ୍ବ ହୋଇପାରେ।  ଏସବିଆଇ, ପିଏନବି, ବ୍ୟାଙ୍କ ଅଫ ବୋରଦା, ଆହ୍ଲାବାଦ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ସହିତ ପବ୍ଲିକ ଓ ପ୍ରାଇଭେଟ୍ ସେକ୍ଟରର ସମସ୍ତ ବ୍ୟାଙ୍କର ଅଧିକାରୀ-କର୍ମଚାରୀ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କର ବ୍ୟାନର ତଳେ ଧର୍ମଘଟ କରିବେ।

ଏହି କାରଣରୁ ହେବ ଧର୍ମଘଟ

ସରକାରୀ ବ୍ୟାଙ୍କ କର୍ମଚାରୀ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ(ଆଇବିଏ) ଦ୍ଵାରା ବେତନରେ ଦୁଇ ପ୍ରତିଶତ ମାମୁଲି ବୃଦ୍ଧି ବିରୋଧରେ ମେ ୩୦ରୁ ଦୁଇ ଦିବସୀୟ ଧର୍ମଘଟ କରିବାର ଧମକ ଦେଇଛନ୍ତି।  ଯଦି ହଡ଼ତାଳ ହୁଏ ତେବେ ଦେଶରେ ହଜାର ହଜାର କୋଟି ଟଙ୍କାର କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି।

By amfnews

Related Post