Thu. Mar 13th, 2025

କାନାଡା ଜେଲରେ ୧୫ ଦିନ ରହିଲେ ‘ହୁଆଇ’ କମ୍ପାନୀର ମାଲିକଙ୍କ ଝିଅ, ଏବେ ମିଳିଲା ଜାମିନ

By amfnews Dec 13, 2018 #Featured
244 Views

ବ୍ୟାଙ୍କୁଓ୍ଵର, ଡିସେମ୍ବର ୧୨ : କାନାଡାର ଏକ ଜେଲରେ ୧୫ ଦିନ ରହିବା ପରେ ଚୀନ କମ୍ପାନୀ ‘ହୁଆଇ’ର ସିଏଫଓ (ମୁଖ୍ୟ ଅର୍ଥ ଅଧିକାରୀ) ଏବଂ ମାଳିକଙ୍କ ଝିଅ ମେଙ୍ଗ ଓ୍ଵାଝୋଉଙ୍କୁ ଜାମିନ ମିଳିଛି। ଏଥି ପାଇଁ କାନାଡାର ଏକ ଅଦାଲତ ଟେଲିକମ କମ୍ପାନୀ ହୁଆଇର ମୁଖ୍ୟ ଅର୍ଥ ଅଧିକାରୀ ମେଙ୍ଗ ଓ୍ଵାଝୋଉଙ୍କୁ ୭୫ ଲକ୍ଷ ଆମେରିକୀୟ ଡଲାର ବଦଳରେ ଜାମିନ ବଣ୍ଡ ପୂରଣ କରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଚୀନରେ କାନାଡାର ଏକ ପୂର୍ବ ରାଜନୈୟିକ ଗିରଫକୁ ନେଇ ଆମେରିକା, କାନାଡା ଏବଂ ଚୀନ ମଧ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ମାତ୍ର ଚନୀର ବିଦେଶ ମନ୍ତ୍ରାଳୟ ବୁଧବାର କାନାଡାର ପୂର୍ବତନ ରାଜଦୂତଙ୍କ ଗିରଫ ବାବଦରେ କିଛି ଜାଣି ନଥିବା ସୂଚନା ଦେଇଛନ୍ତି।

ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ କଥିତ ରୂପେ ଉଲଂଘନ ମାମଲାରେ ଆମେରିକା, କାନାଡାରୁ ମେଙ୍ଗଙ୍କୁ ପ୍ରତ୍ୟାର୍ପଣ କରିବା ଲାଗି ଦାବି କରିଥିଲା। ମେଙ୍ଗଙ୍କ ଦୋଷ ଏହା ଥିଲା ଯେ, ହୁଆଇ ଏକ ହଙ୍ଗକଙ୍ଗ୍‌ର କମ୍ପାନୀ ବ୍ୟବହାର କରି ଇରାନ ଉପରେ ଆମେରିକା ବ୍ୟବସାୟ ପ୍ରତିବନ୍ଧକ ଉଲଂଘନ କରିଥିଲା।

ହୁଆଇ ମାଲିକଙ୍କୁ ଗିରଫ କରାଯିବା ପରେ ଚୀନ ନିଜର ପ୍ରତିକ୍ରିୟା ଦେଇ କହିଥିଲା ଏହା ଏକ ଅମାନବୀୟ ଘଟଣା। ଏହି ଘଟଣାକୁ ନେଇ ଚୀନ ଆମେରିକା ଏବଂ କାନାଡା ଉପରେ ଚାପ ପ୍ରୟୋଗ କରିଥିଲା। ଚୀନର କମ୍ୟୁନିଷ୍ଟ ପାର୍ଟିର ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ରିପୋର୍ଟ ଅନୁସାରେ ମେଙ୍ଗଙ୍କ ସାଥୀରେ କାନାଡା ଅମାନବୀୟ କାମ କରିଛି।

By amfnews

Related Post