Sun. Mar 8th, 2026

କଶ୍ମୀରରେ ସ୍କୁଲ୍‌ ଖୋଲିଲା, ହେଲେ ପିଲା ଆସିଲେ ନାହିଁ

179 Views

ଶ୍ରୀନଗର  : କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ବନ୍ଦ ଥିବା ସ୍କୁଲ୍‌ଗୁଡ଼ିକ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସେହି ସ୍କୁଲ୍‌ଗୁଡ଼ିକୁ ଜଣେ ହେଲେ ପିଲା ଆସୁନଥିବା ଏକ ଦୁଃଖର କାରଣ ପାଲଟିଛି। ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍‌ଗୁଡ଼ିକୁ ଖୋଲିବାକୁ ପୂର୍ବରୁ ସପ୍ତାହ ତଳେ ସରକାର ଘୋଷଣା କରିଥିଲେ। ସ୍କୁଲ୍‌ଗୁଡ଼ିକ ଆନୁଷ୍ଠାନିକ ଭାବେ ଖୋଲା ଯାଇଥିଲେ ବି ପିଲା ନଆସୁଥିବାରୁ ସ୍କୁଲ୍‌ଗୁଡ଼ିକ ବନ୍ଦ ଥିବା ସହ ସମାନ।

Times of India

@timesofindia

Kashmir schools open but students stay away

Read: http://toi.in/pKv_gb/a24gk 

View image on Twitter
ପୂର୍ବରୁ ଅଗଷ୍ଟ ୧୯ ଓ ୨୦ରେ ଏଲ୍‌କେଜି ପିଲାଙ୍କ ନାମ ଲେଖା ପାଇଁ ତାରିଖ ସ୍ଥିର କରାଯାଇଥିଲା। ମାତ୍ର ଏବେ ତାହାକୁ ଘୁଞ୍ଚାଇ ଦିଆଯାଇଛି। ଏପର୍ଯ୍ୟନ୍ତ ନୂଆ ତାରିଖ ଜଣାପଡ଼ି ନାହିଁ। ସଂପୃକ୍ତ ଅଞ୍ଚଳରେ ଥିବା ଦିଲ୍ଳୀ ପବ୍ଲିକ୍‌ ସ୍କୁଲ୍‌(ଡିପିଏସ୍‌)ର ଜଣେ ଅଧିକାରୀ କହିଛନ୍ତି ଯେ ଶିକ୍ଷକମାନେ ସ୍କୁଲ୍‌ ଆସୁଛନ୍ତି ମାତ୍ର ଛାତ୍ରଛାତ୍ରୀମାନେ ଆସୁନାହାନ୍ତି।

By amfnews

Related Post