Sun. Mar 8th, 2026

କର୍ଣ୍ଣାଟକରେ ୧୩ ବିଧାୟକଙ୍କ ପରେ ମନ୍ତ୍ରୀ ପଦ ଛାଡିବା ସହ ଆଜି କୁମାରସ୍ୱାମୀ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଲେ ଜଣେ ସ୍ବାଧୀନ ବିଧାୟକ

184 Views

ବେଙ୍ଗଲୁରୁ  : କର୍ଣ୍ଣାଟକରେ ୧୩ଜଣ ବିଧାୟକ ଇସ୍ତଫା ଦେବା ପରେ ଆଜି ଜଣେ ସ୍ବାଧୀନ ବିଧାୟକ ଏଚ ନାଗେଶ ମନ୍ତ୍ରୀ ପଦ ଛାଡିବା ସହିତ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ସେ ରାଜ୍ୟପାଳଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର କୁମାରସ୍ୱାମୀ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଯଦି ଭବିଷ୍ୟତରେ ରାଜ୍ୟପାଳଙ୍କ ଦ୍ୱାରା ବିଜେପିକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ ମିଳିବ ତେବେ ସେ ବିଜେପିକୁ ସମର୍ଥନ କରିବେ ବୋଲି ଜଣାଇଛନ୍ତି।

ଏହି ଘଟଣାପରେ କର୍ଣ୍ଣାଟକରେ ଏଚଡି କୁମାରସ୍ୱାମୀ ସରକାର ପ୍ରତି ଅଧିକ ବିପଦ ଘନେଇବାକୁ ଲାଗିଲାଣି ବୋଲି କୁହାଯାଉଛି । ଅପରପକ୍ଷରେ କଂଗ୍ରେସ-ଜେଡିଏସର ୧୩ମାସ ପୁରୁଣା ମହାମେଂଟକୁ ବଂଚାଇବାକୁ ସରକାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । କିନ୍ତୁ ଏଚଡି କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଜିଦ୍ କରି ସିଦ୍ଧରମୈୟା ଏଭଳି କରିଛନ୍ତି ଏବଂ ଏଥିପାଇଁ ସେ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ହେବାପାଇଁ ସୁଯୋଗ ଦେବାକୁ ରାସ୍ତା ସଫା କରିଦେଇଛନ୍ତି ବୋଲି କୁହାଯାଉଛି।

ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ସିଦ୍ଧରମୈୟା ରାହୁଲ ଗାନ୍ଧୀଙ୍କୁ ଭେଟି ରାଜ୍ୟରେ ଜେଡିଏସ୍ ସହ ମେଣ୍ଟ ଭାଙ୍ଗିଦେବା ପାଇଁ କହିଥିଲେ। ଜେଡିଏସ୍ କଂଗ୍ରେସ ବିଧାୟକମାନଙ୍କୁ କାମ କରିବାକୁ ସୁଯୋଗ ଦେଉନାହିଁ ବୋଲି ସିଦ୍ଧରମୈୟା ଅଭିଯୋଗ କରିଥିଲେ। ତେବେ ତାଙ୍କ ଅଭିଯୋଗକୁ ରାହୁଲ ଅଣଦେଖା କରିବା ସହ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ସିଦ୍ଧରମୈୟା ଏଥିରେ କ୍ଷୁବ୍ଧ ହୋଇ ତାଙ୍କର ଅନୁଗତ ବିଧାୟକମାନଙ୍କୁ ଇସ୍ତଫା ଦେବାପାଇଁ କହିଥିଲେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି ।

By amfnews

Related Post