Fri. Mar 6th, 2026

କର୍କଟ ନେଇଗଲା ସୌନ୍ଦର୍ଯ୍ୟ, ଏହା ସତ୍ତ୍ୱେ ବି ଲୋକେ ଏହି ବଧୂଙ୍କ ଫଟୋକୁ କରୁଛନ୍ତି ବହୁ ପସନ୍ଦ, ଫଟୋ ଭାଇରାଲ

324 Views

ନୂଆଦିଲ୍ଲୀ: ଏହି କିଛିଦିନ ହେବ ବୈଷ୍ଣବୀ ପୁବାନ୍ଦ୍ରନ୍‌ ନାମକ ଜଣେ ମହିଳା ଇଣ୍ଟରନେଟ୍‌ରେ ଚର୍ଚ୍ଚାରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବୈଷ୍ଣବୀଙ୍କୁ ନବୀ ଇନ୍ଦ୍ରନ୍‌ ପିଲ୍ଲଇ ନାମରେ ଜାଣାଯାଏ। କିଛିଦିନ ତଳେ ସେ ନିଜ ସୋସିଆଲ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ବଧୂବେଶରେ ସଜ ହୋଇଥିବା ଦେଖିବାକୁ ମିଳିଥିଲା। ପିଲ୍ଲଇ ଫଟୋ ପୋଷ୍ଟ କରିବାର କିଛିସମୟ ଭିତରେ ଭାଇରାଲ ହୋଇଯାଇଥିଲା। ପୁବାନ୍ଦନନଙ୍କ ଏହି ଫଟୋ ଅଭିନେତ୍ରୀ ସୋନାଲି ବେନ୍ଦ୍ରଙ୍କ ଭଳି ହଲକା ନଜର ଆସୁଛି। ଆପଣ ବି ଯଦି ଏହି ଫଟୋକୁ ଦେଖିବେ ହଠାତ୍‌ ଚିହ୍ନ ପାରିବେ ନାହିଁ।

ତେବେ କଥାଟି ହେଉଛି ଇନ୍ଦ୍ରନ୍‌ ପିଲ୍ଲଇ ସୋନାଲିଙ୍କ ଭଳି ଜଣେ କର୍କଟ ପୀଡିତାଙ୍କର। କର୍କଟ ପୀଡିତା ହେତୁ ପିଲ୍ଲଇଙ୍କୁ କେଶ କାଟିବାକୁ ପଡ଼ିଥିଲା। ପିଲ୍ଲଇ ଦ୍ୱାରା କରାଯାଇଥିବା ଏହି ଫଟୋସୁଟର ଏକ ସ୍ୱତନ୍ତ୍ର କାରଣ ରହିଛି। ଆସନ୍ତୁ ଜାଣିବା କେଉଁ କାରଣରୁ ପିଲ୍ଲଇ ଏମିତି ଫଟୋ ସେସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ପିଲ୍ଲଇ ଏମିତି ବ୍ରାଇଡଲ ଫଟୋସୁଟ କର୍କଟ ପୀଡିତାଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଇଣ୍ଟରନେଟରେ ସେୟାର କରିଛନ୍ତି। ତାଙ୍କ କହିବାନୁସାରେ, କର୍କଟ ହେତୁ ଅନେକ ମହିଳାଙ୍କ ସୌନ୍ଦର୍ଯ୍ୟ ହଜି ଯାଇଥାଏ। ସେମାନଙ୍କ ମନରେ ଆତ୍ମବିଶ୍ୱାସ କମି ଯାଇଥାଏ। ବଧୂ ବନିବାର ସ୍ୱପ୍ନ ଅଧୁରା ରହି ଯାଇଥାଏ। କାରଣ ବିବାହ ଭାଙ୍ଗି ଯାଇଥାଏ । ତେବେ ପ୍ରତ୍ୟେକ କର୍କଟ ପୀଡତା ମନ ଉପରେ ଦୃଢ଼ ବିଶ୍ୱାସ ରଖି ନିଜକୁ ସଜାଇ ସୁନ୍ଦର କରି ପାରିବେ।

By amfnews

Related Post