Mon. Jan 27th, 2025

କରୋନା: ୨୪ ଘଣ୍ଟାରେ ଦିଲ୍ଲୀରେ ୪୩୨୧ ସଂକ୍ରମିତ, ମହାରାଷ୍ଟ୍ରରେ ୩୯୧ ଆକ୍ରାନ୍ତଙ୍କ ମୃତ୍ୟୁ

By amfnews Sep 13, 2020 #Featured
157 Views

ନୂଆଦିଲ୍ଲୀ/ମୁମ୍ବାଇ, ସେପ୍ଟେମ୍ବର ୧୩  : ଦେଶରେ କରୋନା ଭାଇରସ ମହାମାରୀ ଆହୁରି ବ୍ୟାପି ଚାଲିଛି । ଦିଲ୍ଲୀରେ ବିଗତ ୨୪ ଘଣ୍ଟାରେ ୪୩୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜାତୀୟ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୪ ହଜାର ୬୯ରେ ପହଂଚିଛି । ଶନିବାର ଦିଲ୍ଲୀରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୋଟ ୪୭୧୫ ଜଣଙ୍କର ପ୍ରାଣହାନୀ ଘଟିଛି ।

ଦିଲ୍ଲୀରେ ସଂକ୍ରମଣ ଦର ୧୦ ପ୍ରତିଶତ ଅତିକ୍ରମ କରିଛି । ବିଗତ ୨୪ ଘଣ୍ଟାରେ ରେକର୍ଡ ୬୦ ହଜାର ୭୬ ଟେଷ୍ଟ ହୋଇଛି । ସଂକ୍ରମଣ ଦର ୧୦.୨୮ ପ୍ରତିଶତ ହୋଇଛି । ଅନ୍ୟପଟରେ ୮୪.୬୮ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିନ୍ତୁ ମୃତ୍ୟୁ ହାର ହେଉଛି ୨.୨୦ ପ୍ରତିଶତ ।

ମହାରାଷ୍ଟ୍ରରେ ଶନିବାର ୨୨ ହଜାର ୮୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୭୬୫କୁ ବୃଦ୍ଧି ପାଇଛି । ଏଥିରୁ ୭ ଲକ୍ଷ ୨୮ ହଜାର ୫୧୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୭୯ ହଜାର ୭୬୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି ।

ମୁମ୍ବାଇରେ ଶନିବାର ୨୩୨୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ମୁମ୍ବାଇରେ ମୋଟ ୧ ଲକ୍ଷ ୬୭ ହଜାର ୬୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୯ ହଜାର ୧୩୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ୧ ଲକ୍ଷ ୩୦ ହଜାର ୧୬ ଜଣ ସୁସ୍ଥ ହୋଇଥିବା ବେଳେ ୮ ହଜାର ୧୦୬ଜଣଙ୍କ ମୃତ୍ୟୁ ହୋଇଛି ।

By amfnews

Related Post