Wed. Dec 25th, 2024

କରୋନା ମହାମାରୀ ଥିବା ଯାଏଁ ଟ୍ରେନର ଏସି କୋଚରେ ଯାତ୍ରୀଙ୍କୁ ମିଳିବନି କମ୍ବଳ-ବେଡସିଟ!

By amfnews Sep 6, 2020 #Featured
136 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : କରୋନା ଭାଇରସ ମହାମାରୀ ସଂକଟ ଥିବା ଯାଏଁ ଟ୍ରେନର ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କମ୍ବଳ କିମ୍ବା ବେଡସିଟ ମିଳିବ ନାହିଁ । ଯାତ୍ରୀମାନଙ୍କୁ ବେଡସିଟ ଓ କମ୍ବଳ ନ ଦେବାକୁ ରେଳବାଇ ନିଷ୍ପତ୍ତି ନେଇଛି । ମହାମାରୀ ସଂକଟ କମିଯିବା ପରେ ମଧ୍ୟ ଯାତ୍ରୀମାନେ ନଜ କମ୍ବଳ ଏବଂ ବେଡସିଟ ନେଇ ଯାତ୍ରା କରିପାରିବେ । ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶନିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହା କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଯାଦବ ସୂଚନା ଦେଇଛନ୍ତି ଯେ, ଯାତ୍ରୀମାନଙ୍କୁ ଏକକ ବ୍ୟବହାର ଶଯ୍ୟା ଦେବାକୁ ନିଷ୍ପତ୍ତି ନେଇଛୁ । ମହାମାରୀ କମିଯିବା ପରେ ମଧ୍ୟ ଯାତ୍ରୀମାନେ ଏସି କୋଚରେ ଯାତ୍ରା କରୁଥିଲେ ନିଜର ବେଡସିଟ ଅଥବା କମ୍ବଳ ନେଇ ଯାଇପାରିବେ । ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ, ରେଳ ଯାତ୍ରା କାଳରେ ସ୍ୱଚ୍ଛତା ଜାରି ରଖିବା ଲାଗି ରେଳବାଇ ପକ୍ଷରୁ ଉଦ୍ୟମ କରାଯାଉଛି ।

ଭାରତୀୟ ରେଳବାଇ ୫୦୦ ଟ୍ରେନ ଚଳାଚଳ ବନ୍ଦ କରିବା ନେଇ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନକୁ ଶ୍ରୀ ଯାଦବ ଖଣ୍ଡନ କରିଛନ୍ତି । ସେ ହକିଛନ୍ତି କୌଣସି ଟ୍ରେନର ଚଳାଚଳ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇ ନାହିଁ । କିଛି ନୂତନ ଟ୍ରେନ ଚଳାଇବାକୁ ମଧ୍ୟ ଉଦ୍ୟମ ହୋଇଛି । ରେଳଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ରେଳବାଇର ଲକ୍ଷ୍ୟ ବୋଲି ଶ୍ରୀ ଯାଦବ କହିଛନ୍ତି ।

By amfnews

Related Post