Fri. Nov 22nd, 2024

କରୋନା ଭୂତାଣୁ ମୁକାବିଲାରେ ଆଗରେ ଭାରତ,ଚୁଡ଼ାନ୍ତ ପର୍ଯ୍ୟାୟ ୪ଟି ଟିକା

By amfnews Jan 3, 2021 #Featured
212 Views

ଦିଲ୍ଲୀ,ଜାନୁଆରୀ ୩ : କରୋନାକାଳରେ ସବୁଦେଶ ଟିକା ବାହାର କରିବା ପାଇଁ ଲାଗିପଡ଼ିଥିବା ବେଳେ ଏହାରି ଭିତରେ ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ଏକାସାଙ୍ଗରେ ୪ଟି କରୋନା ଟିକା ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ ସେଗୁଡ଼ିକ ହେଉଛି -ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ସିରମ୍ ଇନଷ୍ଟିଚ୍ୟୁଟର ଟିକା ‘କୋଭାସିଲ୍ଡ’, ଆଇସିଏମ୍ଆର୍ ଓ ଭାରତ ବାୟୋଟେକ୍ ନିର୍ମିତ ‘କୋଭାକ୍ସିନ୍, କାଡିଲା ହେଲ୍ଥକେୟାର ବିକଶିତ କରୁଥିବା ଟିକା ‘ଜାଇକୋଭ୍-ଡି. ନୋଭାଭାକ୍ସ ଓ ସିରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଟିକା ‘ଏନ୍ଭିଏକ୍ସ-କୋଭ୍୨୩୭୩’ ।

ତେବେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭାଡେକର କହିଛନ୍ତି, ବିଶ୍ୱରେ ଭାରତ ଏକମାତ୍ର ଦେଶ ଯେଉଁଠି ୪ଟି କରୋନା ଟିକାର ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଁଚିଛି । ଦେଶରେ ବର୍ତମାନ ୬ଟି ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଚାଲିଛି । ସେଥିମଧ୍ୟରୁ ସିରମ ଇନଷ୍ଟିଚ୍ୟୁଟର କୋଭାସିଲ୍ଡ ଓ ଭାରତ ବାୟୋଟେକ୍ର ଦେଶୀ ଟିକା କୋଭାକ୍ସିନ ଆଗରେ ଅଛନ୍ତି । ଏହି ଦୁଇ ଟିକାକୁ ବିଶେଷଜ୍ଞ କମିଟି ସବୁଜ ସଂକେତ ଦେଇଥିବା ବେଳେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତିକୁ ଦେବାକୁ ଡିସିଜିଆଇକୁ ସୁପାରିସ୍ କରିଛି । 

By amfnews

Related Post